ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ ଉଚ୍ଚ ସ୍ତରୀୟ ବୈଠକ, ନେଇପାରନ୍ତି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗକୁ ନେଇ ଆଜି ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ ଉଚ୍ଚ ସ୍ତରୀୟ ବୈଠକ। ଫେବ୍ରୁଆରି ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗକୁ ନେଇ ପ୍ରଥମ ବୈଠକ କରିଥିବା ବେଳେ ଆଜି ‌ହେବ ଦ୍ବିତୀୟ ‌ବୈଠକ। ଭାରତୀୟଙ୍କୁ ୟୁକ୍ରେନରୁ ଆଣିବା ପାଇଁ ଏବେ ଭାରତ ସରକାର ‘ଅପରେସନ ଗଙ୍ଗା’ ଆରମ୍ଭ କରିଛନ୍ତି। ଏବେ ୟୁକ୍ରେନରେ ପ୍ରାୟ ୧୫,୦୦୦ ଭାରତୀୟ ରହିଥିବା ବେଳେ ସେମାନଙ୍କୁ ସୁରକ୍ଷିତ ଭାରତ ଆଣିବା ପାଇଁ ପ୍ରୟାସ କରାଯାଉଛି। ତେବେ ୟୁକ୍ରେନରେ ଭାରତୀୟଙ୍କ ସ୍ଥିତି ଏବଂ ଯୁଦ୍ଧ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା କରିବେ ବୋଲି ଚର୍ଚ୍ଚା ହେଉଛି।

Ukraine Russia War Live: यूक्रेन मुद्दे पर प्रधानमंत्री नरेंद्र मोदी करेंगे हाई लेवल मीटिंग
abplive

ବୈଦେଶିକ ସଚିବ ହର୍ଷ ଭି ଶ୍ରୀଙ୍ଗଲା କହିଛନ୍ତି ଯେ, କିଭରେ ଭାରତର ଦୂତାବାସ ଏବଂ ଆମର ମନ୍ତ୍ରାଳୟ ଯୁଦ୍ଧ ପୂର୍ବରୁ ଭାରତୀୟଙ୍କୁ ସଚେତନ କରିଥିଲା। ଆମ ପରାମର୍ଶ ଅନୁଯାୟୀ ପ୍ରାୟ ୪୦୦୦ ନାଗରିକ ଯୁଦ୍ଧ ପୂର୍ବରୁ ୟୁକ୍ରେନ ଛାଡ଼ି ଚାଲିଯାଇଥିଲେ। ଏବେ ପ୍ରାୟ ୧୫,୦୦୦ ଭାରତୀୟ ୟୁକ୍ରେନରେ ଫସି ରହିଛନ୍ତି।

ଆଜି ରୋମାନିଆର ରାଜଧାନୀ ବୁଖାରେଷ୍ଟରୁ ୧୯୮ ଜଣ ଭାରତୀୟଙ୍କୁ ନେଇ ଚତୁର୍ଥ ସ୍ଥାନାନ୍ତର ବିମାନ ରବିବାର ଅପରାହ୍ଣରେ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଆଜି ଅପରାହ୍ଣରେ ଏହି ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର। ବୁଖାରେଷ୍ଟରୁ ୨୧୯ ଜଣ ଭାରତୀୟଙ୍କୁ ନେଇ ଆସିଥିବା ପ୍ରଥମ ସ୍ଥାନାନ୍ତର ବିମାନ ଶନିବାର ସନ୍ଧ୍ୟାରେ ମୁମ୍ବାଇରେ ଅବତରଣ କରିଥିଲା। ଏହାପରେ ରବିବାର ସକାଳେ ୨୫୦ ଭାରତୀୟ ନାଗରିକଙ୍କ ସହ ଦ୍ୱିତୀୟ ବିମାନ ଦିଲ୍ଲୀରେ ପହଞ୍ଚିଥିଲା। ପ୍ରାୟ ୨୪୦ ଭାରତୀୟଙ୍କ ସହ ଏୟାର ଇଣ୍ଡିଆର ତୃତୀୟ ବିମାନ ମଧ୍ୟ ହଙ୍ଗେରୀ ରାଜଧାନୀ ବୁଦାପେଷ୍ଟରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରି ସାରିଛି।

ସମ୍ବନ୍ଧିତ ଖବର