ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ)ରେ ଓଡ଼ିଶାକୁ ୨ ଲକ୍ଷ ୧୩ ହଜାର ୮୪୬ ଆବାସ ମଞ୍ଜୁର ହୋଇଛି। ଏଥିରୁ ଗତ ତିନି ବର୍ଷ (୨୦୧୯-୨୦ରୁ ୨୦୨୧-୨୨) ମଧ୍ୟରେ ଏକ ଲକ୍ଷ ୬ ହଜାର ୮୪୦ ଆବାସ ମଞ୍ଜୁର ହୋଇଛି। ଏହାର କ୍ରିୟାନ୍ବୟନ ପାଇଁ ୩୩୬୯.୪୦ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ମଧ୍ୟରୁ ୨୦୭୫.୯୨ କୋଟି ଟଙ୍କା ରାଜ୍ୟକୁ ପ୍ରଦାନ କରାଯାଇଛି। ଆଜି ଲୋକସଭାରେ ବିଜେପି ସାଂସଦ ବସନ୍ତ କୁମାର ପଣ୍ଡାଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ କୌଶଲ କିଶୋର।
ପିଏମ୍ଏୱାଇ (ସହରାଞ୍ଚଳ): ଓଡ଼ିଶାକୁ ୨,୧୩,୮୪୬
/sambad/media/post_attachments/wp-content/uploads/2021/10/11_09_2020-pm_awas_demo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)