ଭାଗଲପୁର: ସୋସିଆଲ ମିଡିଆରେ ଫଟୋ ପୋଷ୍ଟ ପାଇଁ ଆତୁର ହୋଇ ଜଣେ ପୁଲିସ ଅଧିକାରିଣୀ ଏଭଳି ଏକ ଭୁଲ କରିବସିଛନ୍ତି ଯେଉଁଥିପାଇଁ ଏବେ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି | ମିଳିଥିବା ସୂଚନା ମୁତାବକ ବିହାର ଭାଗଲପୁରର ଏସଡ଼ିପିଓ ରେଣୁ କୃଷ୍ଣା ନିଜର ସୋସିଆଲ ମିଡିଆରେ ସ୍ୱାମୀଙ୍କ ସହ ଏକ ଫଟୋ ପୋଷ୍ଟ କରିଥିଲେ | ସେ ନିଜ ସ୍ୱାମୀଙ୍କୁ ଏକ ଆଇପିଏସ ୟୁନିଫର୍ମ ପିନ୍ଧାଇ ଫଟୋ ପୋଷ୍ଟ କରିଥିଲେ | ଆଉ ଏହା ପରେ ସ୍ଥାନୀୟ ଲୋକ ସୋସିଆଲ ମିଡିଆରେ କମେଣ୍ଟ ଦେଇ ଲେଖିଥିଲେ ଯେ କିଭଳି ଜଣେ ବ୍ୟକ୍ତି ଆଇପିଏସ ନ ପାଇଁ ବି ୟୁନିଫର୍ମ ପିନ୍ଧିପାରିବେ |

Advertisment

ଏହା ପରେ ଲୋକଙ୍କ କମେଣ୍ଟ ଉପରେ ସଫେଇ ଦେଇ ରେଣୁ ଲେଖିଥିଲେ ଯେ ତାଙ୍କ ସ୍ୱାମୀ ଜଣେ ଆଇପିଏସ ଓ ପିଏମଓ(ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ)ରେ କାମ କରନ୍ତି | ଆଉ ଫଟୋ ଭାଇରାଲ ହେବା ପରେ ଜଣେ ଅଭିଯୋଗକାରୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ଏକ ଚିଠି ପଠାଇଥିଲେ | ପିଏମଓ ମଧ୍ୟ ଏହି ଅଭିଯୋଗର ଅନୁସନ୍ଧାନ କରିଛି। ତେବେ ସେଠାରେ କୌଣସି ଆଇପିଏସ୍ ନଥିବାର ଜଣାପଡିବା ପରେ ପିଏମଓ ପକ୍ଷରୁ ବିହାର ପୁଲିସ ମୁଖ୍ୟାଳୟକୁ ଘଟଣାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି |

ବର୍ତ୍ତମାନ ଏହାର ତଦନ୍ତ ଭାଗଲପୁର ଏସଏସପି କରୁଛନ୍ତି | ସୂଚନା ଥାଉ କି ସାଧାରଣ ଲୋକଙ୍କୁ ସାମରିକ ଏବଂ ପୁଲିସର ୟୁନିଫର୍ମ ପିନ୍ଧିବାକୁ ନିୟମ ନାହିଁ । ଏହା ସହ ଜଡିତ ସମସ୍ତ ନିୟମାବଳୀ ମଧ୍ୟ ସଶସ୍ତ୍ର ବାହିନୀ ଅଧିନିୟମ, ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ଏବଂ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ରେ ଅଛି। ଅଫିସିଆଲ୍ ସିକ୍ରେଟ୍ ଆକ୍ଟର ଧାରା ୬ ଏହାକୁ ବାରଣ କରିଛି | ଆଉ ଜଣେ ପୁଲିସ ଅଧିକାରୀଙ୍କୁ ନିଜ ସ୍ୱାମୀଙ୍କୁ ନକଲି ଆଇପିଏସ ଅଫିସର ସଜାଇଦେଇଥିବାରୁ ଏବେ ଏହି ଘଟଣାର ତଦନ୍ତ କରାଯାଉଛି |