ମନ୍ତ୍ରାଳୟମାନଙ୍କରେ କେତେ ପଦବୀ ଖାଲି, ପିଏମଓ ମାଗିଲା ରିପୋର୍ଟ

ନୂଆଦିଲ୍ଲୀ: ବେକାରୀ ସମସ୍ୟାକୁ ନେଇ ମୋଦି ସରକାରଙ୍କୁ ବିରୋଧୀ ବିଭିନ୍ନ ସମୟରେ ଟାର୍ଗେଟ କରୁଛନ୍ତି | ୨୦୧୪ ରେ ଦେଇଥିବା ପ୍ରତିଶ୍ରୁତି ତୁଳନାରେ ମୋଦି ସେତିକି ନିଯୁକ୍ତି ଦେଇପାରିନାହାଁନ୍ତି ବୋଲି ବିରୋଧୀ ଆରୋପ ଲଗାଉଛନ୍ତି | ଏହାକୁ ମୁକାବିଲା କରିବା ପାଇଁ ଏବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଣ୍ଟା ଭିଡିଛି | କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ମନ୍ତ୍ରାଳୟଙ୍କୁ ସେମାନଙ୍କ ଅଧୀନରେ ଖାଲି ଥିବା ପଦବୀର ସଂଖ୍ୟା ମଗାଯାଇଛି | କେତେଜଣ କର୍ମଚାରୀ ଆବଶ୍ୟକ ଆଉ କେତେଜଣ ଅଛନ୍ତି ଏଭଳି କିଛି ବିସ୍ତୃତ ରିପୋର୍ଟ ମାଗିଛି ପିଏମଓ | ମେ ୩ ରେ ଜାରି କରାଯାଇଥିବା ନିର୍ଦ୍ଦେଶନାମା ମୁତାବକ ଅର୍ଥ ବିଭାଗ ସହ ଖୁବ ଶୀଘ୍ର ଏକ ବୈଠକ କରାଯିବା ଏଥିରେ ବିଭିନ୍ନ ବିଭାଗରେ ଖାଲି ପଡିଥିବା ପଦବୀ ବାବଦରେ ଆଲୋଚନା କରାଯିବ | ୩୦ ଏପ୍ରିଲ ୨୦୧୯ ଯାଏଁ ଖାଲି ଥିବା ପଦବୀ ବାବଦରେ ବିସ୍ତୃତ ରିପୋର୍ଟ ମଗାଯାଇଛି |

ଏଠାରେ ସୂଚନା ଥାଉ କି ବିରୋଧୀ ଅଭିଯୋଗ କରିଥିଲେ ଯେ ମୋଦି ସରକାର ନୂଆ ରୋଜଗାର ସୃଷ୍ଟି କରିବାରେ ଅସଫଳ ହେଉଥିବା ସହ ଖାଲିପଡିଥିବା ପଦବୀରେ ମଧ୍ୟ ନିଯୁକ୍ତି ଦିଆଯାଉନାହିଁ | ଏହାକୁ ନେଇ କେନ୍ଦ୍ରୀୟ ସରକାରୀ ମହାସଂଘ ପକ୍ଷରୁ କୁହାଯାଇଛି ଯେ ଷ୍ଟାଫ ସିଲେକସନ କମିଶନକୁ ଖାଲି ପଦ ବାବଦରେ ମନ୍ତ୍ରାଳୟମାନେ ଅବଗତ କରୁ ନାହାନ୍ତି | ଅନ୍ୟପଟେ କମିଶନ ମଧ୍ୟ ଯେତିକି ସଂଖ୍ୟାରେ କର୍ମଚାରୀ ଆବଶ୍ୟକ ସେତିକି କର୍ମଚାରୀ ଯୋଗାଡ କରିପାରୁନାହିଁ |

ସମ୍ବନ୍ଧିତ ଖବର