ଦେଓଘର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି । ଏଥିପାଇଁ ଝାଡ଼ଖଣ୍ଡର ଦେଓଘର ବିମାନବନ୍ଦରରେ ସେ କିଛି ସମୟ ରହିଥିଲେ। ଏଥିଯୋଗୁଁ ଯୋଗୁଁ ତାଙ୍କ ଦିଲ୍ଲୀ ଫେରିବାରେ ସାମାନ୍ୟ ବିଳମ୍ବ ହୋଇଥିଲା।
ପ୍ରଧାନମନ୍ତ୍ରୀ ଆଜି ନିର୍ବାଚନ ପ୍ରଚାର ପାଇଁ ଝାଡ଼ଖଣ୍ଡ ଗସ୍ତରେ ଥିଲେ । ଆଦିବାସୀ ନେତା ବିସ୍ରା ମୁଣ୍ଡାଙ୍କ ଜୟନ୍ତୀରେ ଆୟୋଜିତ ଜନଜାତି ଗୌରବ ଦିବସ ଉପଲକ୍ଷେ ସେ ୨ଟି ଜନସଭାରେ ଯୋଗ ଦେଇଥିଲେ। ଏସବୁ କାର୍ଯ୍ୟକ୍ରମ ସାରି ମୋଦୀ ନୂଆଦିଲ୍ଲୀ ଫେରିବାକୁ ଏୟାରପୋର୍ଟ ଯିବାବେଳେ ତାଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ଜଣାପଡ଼ଥିଲା । ଏହାପରେ ବୈଷୟିକ ଟିମ ବିମାନର ତ୍ରୁଟି ସଜାଡ଼ିବାକୁ ଲାଗିଥିଲେ ।
ରୋଚକ କଥା ହେଉଛି ଆଜି କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମଧ୍ୟ ନିର୍ବାଚନ ପ୍ରଚାର ପାଇଁ ଝାଡ଼ଖଣ୍ଡରେ ଥିଲେ । ଏହି ସମୟରେ ଏୟାର ଟ୍ରାଫିକ କଣ୍ଟ୍ରୋଲର ପକ୍ଷରୁ ଅନୁମତି ନ ମିଳିବାର ତାଙ୍କ ହେଲିକପ୍ଟର ୨ ଘଣ୍ଟା ଅଟକି ରହିଥିଲା ।
ଆସନ୍ତା ୨୦ ତାରିଖରେ ଝାଡ଼ଖଣ୍ଡରେ ୨ୟ ପର୍ଯ୍ୟାୟ ଭୋଟଗ୍ରହଣ ହେବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/11/10/Y3RDwdN07xhYhN4KzdWD.jpg)