କଂଗ୍ରେସ ସବୁବେଳେ ଦେଶକୁ ଡରାଇବାକୁ ଚେଷ୍ଟା କରେ: ମଣି ଶଙ୍କର ଆୟରଙ୍କ ବୟାନକୁ ନେଇ କହିଲେ ମୋଦୀ

ନୂଆଦିଲ୍ଳୀ: ଶୁକ୍ରବାର ଦିନ କଂଗ୍ରେସ ବରିଷ୍ଠ ଦଳର ନେତା ମଣି ଶଙ୍କର ଆୟାରଙ୍କର ଏକ ପୁରୁଣା ସାକ୍ଷାତକାର ଭିଡିଓ ଭାଇରାଲ୍‌ ହେବା ପରେ ଏବେ ତାହାକୁ ନେଇ ଚର୍ଚ୍ଚା ଲାଗିରହିଛି। କଂଗ୍ରେସ ନେତା ମଣି ଶଙ୍କର ଆୟର୍‌ ପାକିସ୍ତାନ ବୋମା ବିସ୍ଫୋରଣ କରିଦେବ ବୋଲି କହୁଥିବା ଏବ ଭିଡିଓ ‌ସୋସିଆଲ୍‌ ମିଡିଆରେ ଘୂରି ବୁଲିବା ପରେ ଏହାକୁ ନେଇ ନିଜର ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି ଯେ ‘‘କଂଗ୍ରେସ ସର୍ବଦା ଦେଶକୁ ଡରାଇବାକୁ ଚେଷ୍ଟା କରେ। ଲୋକଙ୍କୁ ଡରାଇବା ପାଇଁ କଂଗ୍ରେସ ଦଳ ସବୁବେଳେ କିଛି ନା କିଛି ବାଟ ଖୋଜୁଥାଏ।’’

ଭାରତ ପାକିସ୍ତାନ ସହ କଥାବାର୍ତ୍ତା କରିବା ଉଚିତ। ଇସଲାମାବାଦକୁ ନୂଆଦିଲ୍ଲୀ ବିରୋଧରେ ପରାମାଣୁ ବୋମା ପ୍ରୟୋଗ କରିପାରେ। ଏଥିପାଇଁ ଆମକୁ ପାକିସ୍ତାନକୁ ସମ୍ମାନ ଦେବାକୁ ହେବ ବୋଲି କହୁଥିବାର ଏକ ପୁରୁଣା ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଘୂରିବୁଲୁଛି।

ଅନଲାଇନରେ ଭିଡିଓଟି  ଭାଇରାଲ ହୋଇ ବିବାଦ ସୃଷ୍ଟି କରିଛି। କିଛି ମାସ ପୂର୍ବେ ଆୟାରଙ୍କ ଏହି ମନ୍ତବ୍ୟକୁ ନେଇ ସହମତ ନହୋଇ କଂଗ୍ରେସ କହିଛି ଯେ ତାଙ୍କ ମତ ଦଳର ମତକୁ ପ୍ରତିନିଧିତ୍ୱ କରୁନାହିଁ।

କଂଗ୍ରେସର ବରିଷ୍ଠ ନେତା ପୱନ ଖେରା ଏକ ଏକ୍ସ ପୋଷ୍ଟ୍‌ କରି କହିଛନ୍ତି ‘‘କିଛି ମାସ ପୂର୍ବରୁ ମଣି ଶଙ୍କର ଆୟାରଙ୍କ କିଛି ମନ୍ତବ୍ୟ ସହ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର କୌଣସି ସଂପର୍କ ନାହିଁ। ଯଦି ପୁରୁଣା ଭିଡିଓ ବ୍ୟବହାର କରାଯାଉଛି, ତେବେ ଏଠାରେ ଆଉ ଏକ ପୁରୁଣା ଭିଡିଓ ନାହିଁ, ଯେଉଁଠାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାରତକୁ ଚୀନ୍‌କୁ ଭୟ କରିବାକୁ ପରାମର୍ଶ ଦେଉଛନ୍ତି।’’

ସମ୍ବନ୍ଧିତ ଖବର