ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶ ଗସ୍ତ ସର୍ବଦା ଚର୍ଚ୍ଚାରେ ରହିଥାଏ। ଜୁନ୍ ୨୦୧୪ରୁ ଆଜି ପର୍ଯ୍ୟନ୍ତ ପ୍ରାୟ ସାଢ଼େ ୪ ବର୍ଷର ଅବଧି ମଧ୍ୟରେ ପ୍ରଧାନମନ୍ତ୍ରୀ ୮୪ ଥର ବିଦେଶ ଗସ୍ତ କରିଛନ୍ତି। ଏ ବାବଦରେ ମୋଟ୍ ୨୦୧୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି। ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଭି କେ ସିଂହ ସଂସଦରେ ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ ଏହି ତଥ୍ୟ ରଖିଛନ୍ତି। ଏହି ଖର୍ଚ୍ଚରେ ପ୍ରଧାନମନ୍ତ୍ରୀ ବ୍ୟବହାର କରୁଥିବା ଏୟାର ଇଣ୍ଡିଆ ବିମାନର ରକ୍ଷଣାବେକ୍ଷଣ ଏବଂ ସୁରକ୍ଷିତ ହଟ୍ଲାଇନ୍ ଖର୍ଚ୍ଚ ମଧ୍ୟ ସାମିଲ୍ ହୋଇଛି। ବିମାନ ରକ୍ଷଣାବେକ୍ଷଣ ବାବଦରେ ୧୦୮୮.୪୨ କୋଟି ଏବଂ ଚାର୍ଟର୍ଡ ଉଡ଼ାଣରେ ୩୮୭.୨୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ବିଭିନ୍ନ ରାଷ୍ଟ୍ର ସହିତ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ଅହରହ ପ୍ରୟାସ କରୁଛନ୍ତି ଏବଂ ବିଶ୍ବ ସ୍ତରରେ ଭାରତର ପ୍ରଭାବ ଯଥେଷ୍ଟ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି। ପ୍ରଧାନମନ୍ତ୍ରୀ ୨୦୧୪-୧୫ରେ ୧୩ ଥର ବିଦେଶ ଯାତ୍ରା କରିଥିବାବେଳେ ୨୦୧୫-୧୬ରେ ସବୁଠାରୁ ଅଧିକ ୨୪ ଥର ଯାତ୍ରା କରିଛନ୍ତି। ୨୦୧୬-୧୭ରେ ପ୍ରଧାନମନ୍ତ୍ରୀ ୧୯ ଥର ବିଦେଶ ଯାତ୍ରା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଚୀନ୍, ଜାପାନ, ଆମେରିକା, ବ୍ରିଟେନ, ସାଉଦି ଆରବ ଏବଂ ଇସ୍ରାଏଲ ଗସ୍ତ ଚର୍ଚ୍ଚାରେ ରହିଥିଲା।
ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ, ସାଢ଼େ ୪ ବର୍ଷରେ ୨୦୧୧ କୋଟି ଖର୍ଚ୍ଚ
/sambad/media/post_attachments/wp-content/uploads/2018/12/1-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)