ନୂଆଦିଲ୍ଲୀ: ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନର ଗୋଟାଏ ଦିନ ପୂର୍ବରୁ ଖୋଲାଖୋଲି ଭାବେ ଏକ ପତ୍ର ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ହିମାଚଳପ୍ରଦେଶବାସୀଙ୍କୁ ପତ୍ର ଜରିଆରେ ଜଣାଇଛନ୍ତି ଯେ ‘ଡବଲ୍ ଇଞ୍ଜିନ୍ ହେଲେ ଯାଇ ବିକାଶ ଜଲ୍ଦି ହେବ। ରାଜ୍ୟରେ ବିଜେପି ଓ କେନ୍ଦ୍ରରେ ବିଜେପି ଏକା ସହ ହେଲେ ଯଇ ଉନ୍ନତି ହେବ। ଏହି ରାଜ୍ୟ ଦଶଂଧି ଧରି ଅଣଦେଖା ହୋଇ ରହିିଛି। ବିକାଶର ଯାତ୍ରାକୁ ଜାରି ରଖିବାକୁ ବିଜେପିକୁ ଭୋଟ୍ ଦିଅନ୍ତୁ।’
ସେ ଆହୁରି ବି କହିଛନ୍ତି ଯେ କେନ୍ଦ୍ରରୁ ମିଳୁଥିବା ସୁବିଧା ସବୁକୁ କଂଗ୍ରେସ ବ୍ଲକ୍ କରିଦେଉଛି। ମୋଦୀ ଆହୁରି ବି କହିଛନ୍ତି ଯେ ‘ମୁଁ ଯେତେବେଳେ ୨୦୧୪ ମସିହାରେ କେନ୍ଦ୍ରରେ ନିର୍ବାଚିତ ହୋଇଥିଲି ସେତେବେଳେ ହିମାଚଳପ୍ରଦେଶରେ ଏକ ଭିନ୍ନ ଦଳ ଥିଲା। ସେହି ଦଳ କେନ୍ଦ୍ରର ସୁବିଧାକୁ ବ୍ଲକ୍ କରି ରଖୁଥିଲା। ଯେତେବେଳେ ୨୦୧୭ ମସିହାରେ ବିଜେପି କ୍ଷମତାକୁ ଅାସିଲା ତ ରାଜ୍ୟରେ ବିକାଶ ଘଟିଲା। ଏହାକୁ ଆପଣ ଏବେ ବନ୍ଦ ନକରିବା ଉଚିତ।’
देवभूमि हिमाचल की देवतुल्य जनता के नाम प्रधानमंत्री श्री @narendramodi जी का पत्र pic.twitter.com/vX66UaGytp
— BJP Himachal Pradesh (@BJP4Himachal) November 11, 2022
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ବି ଦାବି କରିଛନ୍ତି ଯେ ରାଜ୍ୟର ମାଆ, ଭଉଣୀଙ୍କ ଜୀବନକୁ ସହଜ କରିବା ପାଇଁ ସେ ଅନେକ ସୁବିଧା କରିଛନ୍ତି। ଉଜ୍ବଳା ଯୋଜନା, ସବୁ ଘରକୁ ପାଇପ୍ ପାଣି ଓ ଶୌଚାଳୟ ଆଦି କରିଥିବା ପ୍ରସଂଗକୁ ବି ମୋଦୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।