ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାଗତ ତ୍ରୁଟି ଘଟଣାର ତଦନ୍ତ ନିମନ୍ତେ ସୁପ୍ରିମ୍ କୋର୍ଟ ଆଜି ୪ଜଣିଆ ସଦସ୍ୟବିଶିଷ୍ଟ କମିଟି ଗଠନ କରିଛନ୍ତି। ଚଣ୍ଡୀଗଡ଼ର ଡିଜିପି, ଆଡିସ୍ନାଲ୍ ଡିଜିପି, ‘ଏନ୍ଆଇଏ’ର ଇନ୍ପେକ୍ଟର୍ ଜେନେରାଲ୍ ଏବଂ ହାଇକୋର୍ଟର ଜେନେରାଲ୍ ଉକ୍ତ କମିଟିର ସଦସ୍ୟ ରହିବେ। ଏହି କମିଟିର ନେତୃତ୍ବ ନେବେ ସୁପ୍ରିମ୍ କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି। ତଦନ୍ତ ପରେ ଉକ୍ତ କମିଟି ରିପୋର୍ଟ ଦାଖଲ କରିବେ।
ଏ ସଂକ୍ରାନ୍ତ ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି କେନ୍ଦ୍ର ସରକାର କହିଲେ, ଆମେ ଗୁରୁତ୍ବ ଦେଉନାହୁଁ ବୋଲି କୁହନାହିଁ। ଏ ସଂକ୍ରାନ୍ତରେ ଚାଲିଥିବା ସମସ୍ତ ତଦନ୍ତ ବନ୍ଦ ରଖନ୍ତୁ।
/sambad/media/post_attachments/wp-content/uploads/2022/01/pm-secu.jpg)
ପ୍ରଧାନ ବିଚାରପତି ଏନ୍. ଭି. ରମନାଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାଗତ ତ୍ରୁଟି ମାମଲାର ଶୁଣାଣି ଆରମ୍ଭ କରିବା ବେଳେ ଆଶଙ୍କା ପ୍ରକାଶ କରି ପଞ୍ଜାବ ସରକାରଙ୍କ ଆଟର୍ଣ୍ଣି ଜେନେରାଲ୍ କହିଲେ, ମାମଲାରେ ରାଜନୀତି ଜଡ଼ିତ ଥିବାରୁ କେନ୍ଦ୍ର ସରକାରଙ୍କ ଠାରୁ ପଞ୍ଜାବ ନ୍ୟାୟ ବିଚାର ପାଇବ ନାହିଁ। ପଞ୍ଜାବ ସରକାରଙ୍କର ୭ଜଣ ଅଫିସର୍ଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସେମାନେ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ତଦନ୍ତ କରାଯାଉ ନାହିଁ। ସମସ୍ତ କାଗଜପତ୍ର ଜବତ କରାଯାଇ ମାମଲା ସୁପ୍ରିମ୍ କୋର୍ଟଙ୍କ ନିକଟକୁ ମାମଲା ଅଣାଯାଇଛି। ସେମାନେ କେମିତି ନୋଟିସ୍ ଜାରି କଲେ?
/sambad/media/post_attachments/wp-content/uploads/2022/01/pms.jpg)
କେନ୍ଦ୍ର ସରକାରଙ୍କ ତରଫରୁ ସଲିସିଟର୍ ଜେନେରାଲ୍ ତୁଷାର ମେହେଟା କହିଲେ, ଏହି ଘଟଣାରେ ଗୁଇନ୍ଦା ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି। କୃଷକମାନଙ୍କ ପ୍ରତିବାଦସ୍ଥଳର ୧୦୦ ମିଟର୍ ପାଖାପାଖି ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ପହଞ୍ଚି ଯାଇଥିଲା। ଏହା ଡିଜିପିଙ୍କ ଦାୟିତ୍ବ। ‘ଏସ୍ପିଜି ଆକ୍ଟ୍’ ଏବଂ ‘ବ୍ଲୁ ବୁକ୍’ରେ ତ୍ରୁଟି ଘଟିଛି। ତଦନ୍ତ ଓ ବିଚାରର କଥା ଉଠୁନାହିଁ। ଆମେ ସଠିକ କାରଣ ପାଇଛୁ। ଅଫିସର୍ମାନେ ହିଁ ଦାୟୀ। କିନ୍ତୁ, ରାଜ୍ୟ ସରକାର ସେମାନଙ୍କୁ ସୁରକ୍ଷା ଦେବା ଗୁରୁତର କଥା।
ସଲିସିଟର୍ ଜେନେରାଲ୍ଙ୍କ କଥା ଶୁଣି ବିଚାରପତି ହିମା କୋହଲି କହିଲେ, ଅଦାଲତଙ୍କୁ ଯାହା କହୁଛନ୍ତି, ସେଥିରୁ ଯାହା ଜଣାପଡୁଛି ଆପଣ ନିଷ୍ପତ୍ତି ନେଇ ସାରିଛନ୍ତି। ତେବେ, ଘଟଣାକୁ ଗୁରୁତ୍ବର ସହ ବିଚାର କରିବା ଲାଗି ଶୁକ୍ରବାର ଦିନ ଅଦାଲତକୁ ଆସି ଆପଣ ଆମକୁ କହୁଥିଲେ କାହିଁକି?
ବିଚାରପତି ସୂର୍ଯ୍ୟକାନ୍ତ କହିଲେ, ଆପଣ ଜାରି କରିଥିବା କାରଣଦର୍ଶାଅ ନୋଟିସ୍ ବିରୋଧାତ୍ମକ। ସେହି ଏକା ନୋଟିସ୍ରେ ଆପଣ ତଦନ୍ତ ପାଇଁ କମିଟି ଗଠନ କରିବା କଥା କହିବା ସହ ସେମାନେ ଦୋଷୀ ବୋଲି ମଧ୍ୟ କହୁଛନ୍ତି। ସେମାନଙ୍କୁ ଦୋଷୀ ସାବ୍ୟସ୍ତ କଲା କିଏ? ତଦନ୍ତ କୁଆଡ଼େ ଗଲା?