ପିଏନ୍‌ବି ମହାଦୁର୍ନୀତି: ନିରବଙ୍କ ଅୟସ, ମଡେଲ୍‌ଙ୍କୁ ନେଇ ରାତ୍ରି ଆସର

ନୂଆଦିଲ୍ଲୀ: ନିକଟରେ ଭାରତର ଦ୍ୱିତୀୟ ସର୍ବବୃହତ୍‌ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୧,୪୦୦ କୋଟି ଟଙ୍କା ଠକି ବିଦେଶ ପଳାଇଥିବା ନିରବ ମୋଦି ଅତ୍ୟନ୍ତ ବିଳାସପୂର୍ଣ୍ଣ ଜୀବନଯାପନ କରୁଥିବା ରୋଚକ ଚର୍ଚ୍ଚାର ବିଷୟ ହୋଇଛି। ଏଥି ସହିତ ସୁନ୍ଦରୀମାନଙ୍କ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା। ତାଙ୍କ କାର୍ଯ୍ୟାଳୟରେ ଅଧିକାଂଶ ସମୟ ସୁନ୍ଦରୀ ମଡେଲମାନଙ୍କର ଭିଡ଼ ଲାଗିଥାଏ। ଏପରିକି ସୁନ୍ଦରୀମାନଙ୍କୁ ଧରି ଅୟସ କରିବା ତାଙ୍କର ଅବିଚ୍ଛେଦ୍ୟ ଅଭ୍ୟାସ ପାଲଟିଯାଇଥିଲା। ଦେଶ ଏବଂ ବିଦେଶରେ ଥିବା ତାଙ୍କର ବିଭିନ୍ନ କର୍ପୋରେଟ ହାଉସ୍‌ରେ ମଧ୍ୟ ସେ ବଛାବଛା ମହିଳାଙ୍କୁ ନିଜର ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ କରୁଥିଲେ। ଏପରିକି ନିଜ ଅଟ୍ଟାଳିକା ଓ କାର୍ଯ୍ୟାଳୟ ସ୍ଥିତ ସୁଇମିଂ ପୁଲରେ ବିଭିନ୍ନ ପର୍ଣ୍ଣଷ୍ଟାରରଙ୍କ ସହ ବେଳ କାଟିବା ସହ ସୁନ୍ଦରୀଙ୍କ ସହ ରାତ୍ରିଯାପନ କରିବାକୁ ଆଗ୍ରହୀ ଥିଲେ। ଅନେକ ଥର ନିଜ କମ୍ପାନିର କେତେକ ମହିଳା କର୍ମଚାରୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। କେବଳ ଅଜସ୍ର ଟଙ୍କା ପ୍ରଲୋଭନ ଏବଂ ବାହୁବଳ ଧମକ ଯୋଗୁଁ ନିରବଙ୍କ ସାମ୍ନାରେ କେହି ମୁହଁ ଖୋଲିବାକୁ ସାହସ କରିପାରୁନଥିଲେ। ହୀରା ବ୍ୟବସାୟ ସାଙ୍ଗକୁ ରୋମାଣ୍ଟିକ୍‌ ମିଜାଜ୍‌ ନିରବଙ୍କର ଲେଖାଲେଖି ପ୍ରତି ଆଗ୍ରହ ଥିବା ବେଳେ ବିଶେଷ କରି ତାଙ୍କ କବିତାରେ କେବଳ ମହିଳା ଓ ରୂପବର୍ଣ୍ଣନା ହିଁ ଦେଖିବାକୁ ମିଳିଥାଏ। ଏକଦା ଗଣମାଧ୍ୟମରେ ଏ ସମ୍ପର୍କରେ ମତ ଦେଇ ମହିଳା ଓ ସୌନ୍ଦର୍ଯ୍ୟକୁ ନେଇ ତାଙ୍କ ଦୁନିଆ ଗଠିତ ଏବଂ ଏହି ଦୁଇଟିକୁ ସେ ଜୀବନରୁ ବି ଅଧିକ ଭଲପାଆନ୍ତି ବୋଲି କହିଥିଲେ। ନିରବଙ୍କର ଅୟସପୂର୍ଣ୍ଣ ଜୀବନଚର୍ଯ୍ୟା ଶୁଣିଲେ ଯେ କେହି ମଧ୍ୟ ଚକିତ ହୋଇଯିବ। ପାଖରେ ଦୁଇଟି ଦାମୀ ତଥା ଲକ୍ସରି ବେଣ୍ଟଲି କାର୍‌ ସାଙ୍ଗକୁ ରୋଲସ ରଏସ୍‌ ଓ ମର୍ସିଡିଜ୍‌ ଭଳି ଦାମୀ କାର ରଖିଥିବା ନିରବଙ୍କର ବର୍ଷକେ ୫-୬ଥର ବିଦେଶ ଯାତ୍ରା ସାଙ୍ଗକୁ ବିଶ୍ୱର ସବୁଠୁ ନାମୀଦାମୀ ରେସ୍ତୋରାଁରେ ଖାଇବା ସଉକ୍‌ ଥିଲା। ଦାମୀ ପୋଷାକ ସାଙ୍ଗକୁ ମହଙ୍ଗା ଗହଣା ପିନ୍ଧି ପ୍ରଭାବଶାଳୀ ବ୍ୟକ୍ତିଙ୍କ ନିକଟତର ହେବାକୁ ନିରବ ବେଶ୍‌ ପସନ୍ଦ କରୁଥିଲେ। ତାଙ୍କ ଇସାରାରେ ବଲିଉଡ ଓ ହଲିଉଡର ପ୍ରଖ୍ୟାତ ମଡେଲମାନେ ବିନା ପୋଷାକରେ କେବଳ ଫୁଲର ପାଖୁଡ଼ା ପିନ୍ଧି ତାଙ୍କ ସାମ୍ନାରେ କ୍ୟାଟ୍‌ଓ୍ଵାକ୍‌ କରୁଥିଲେ। ଭାରତରୁ ଫେରାର୍‌ ହେବା ପରେ ସେ ନ୍ୟୁୟର୍କର ସବୁଠୁ ଦାମୀ ହୋଟେଲ ମେରିୟଟ ଏକ୍ସେସ୍‌ ହାଉସ୍‌ରେ ରହୁଥିବା ଆଲୋଚନା ହେଉଛି। ୩୬ ମହଲା ବିଶିଷ୍ଟ ଏହି ବିଳାସପୂର୍ଣ୍ଣ ହୋଟେଲର ଗୋଟିଏ ପ୍ରକୋଷ୍ଠର ଦୈନିକ ଭଡ଼ା ୭୫ ହଜାର ଟଙ୍କା ଥିବା ବେଳେ ତାହାକୁ ୯୦ଦିନ ପାଇଁ ସେ ବୁକ୍‌ କରିଥିବା ଜଣାଯାଇଛି।

ନିରବଙ୍କ ପତ୍ନୀ ବି ଥିଲେ ମାଷ୍ଟରମାଇଣ୍ଡ୍‌

ନୂଆଦିଲ୍ଲୀ: ପିଏନ୍‌ବିର ନକଲି ଦସ୍ତାବିଜ ଦେଖାଇ ୧୧ ହଜାର ୩ ଶହ କୋଟି ଟଙ୍କା ଋଣ ନେଇ ଫେରାର ହୋଇଯାଇଥିବା ନିରବ ମୋଦିଙ୍କ ଏହି କାରନାମାରେ ତାଙ୍କର ପତ୍ନୀ ମଧ୍ୟ ମାଷ୍ଟର୍‌ମାଇଣ୍ଡ ଥିଲେ ବୋଲି ଜଣାପଡ଼ିଛି । ଯେତେବେଳେ ନିରବ ନିଜର ବ୍ରାଣ୍ଡ୍‌ ତିଆରି କରି ବଡ଼ବଡ଼ ହସ୍ତୀଙ୍କୁ କବଳାୟତ୍ତ କରୁଥିଲେ ସେହି ସମୟରେ ପତ୍ନୀ ଅମି ମୋଦି ନିଜର ସୋସିଆଲ ନେଟଓ୍ଵର୍କିଂ ବଢାଇ ପତିଆରା ବଢ଼ାଇ ଚାଲିଥିଲେ। ଯଦିଓ ଗଣମାଧ୍ୟମ ସମ୍ମୁଖକୁ ଆସିବାକୁ ଅମି ପସନ୍ଦ କରନ୍ତିନି କିନ୍ତୁ ପରଦା ପଛରେ ରହି ସବୁ ପ୍ରକାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବାରେ ସେ ମାହିର। ନିଜର ସୌନ୍ଦର୍ଯ୍ୟ ଓ ବୁଦ୍ଧିର ପ୍ରୟୋଗରେ ଦେଶର ବିଭିନ୍ନ ରାଜନେତା ଓ ବ୍ୟବସାୟୀଙ୍କୁ ଅମି ନିଜ ହାତମୁଠାରେ ରଖିଥିଲେ ବୋଲି ଚର୍ଚ୍ଚା ହେଉଛି। ସେହି କୌଶଳ ଯୋଗୁଁ ମୁମ୍ବାଇ ଆସିବାର ମାତ୍ର କିଛି ବର୍ଷ ଭିତରେ ଦେଶର ସବୁଠୁ ଧନୀ ଅମ୍ବାନୀ ପରିବାର ସହ ବନ୍ଧୁତା ଯୋଡ଼ି ପାରିଥିଲେ। ମିଳିଥିବା ଖବର ମୁତାବକ,ନ୍ୟୁୟର୍କ ଓ ଅନ୍ୟ ରାଷ୍ଟ୍ରରେ ଚାଲିଥିବା ତାଙ୍କର ବ୍ୟବସାୟ ଅମିଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଚାଲିଥିଲା।

ସମ୍ବନ୍ଧିତ ଖବର