ନୂଆଦିଲ୍ଲୀ : ପୋକ୍ସ ଆଇନ ଅଧୀନରେ ୨୦୨୦ରେ ୪୭,୨୨୧ ମାମଲା ରୁଜୁ ହୋଇଛି। ଏନସିବି (ଜାତୀୟ କ୍ରାଇମ ରେକର୍ଡ୍ସ ବ୍ୟୁରୋ) ଦ୍ବାରା ସଂଗୃହୀତ ତଥ୍ୟ ଅନୁଯାୟୀ ୨୦୨୦ରେ ଉତ୍ତରପ୍ରଦେଶରେ ପୋକ୍ସ ଆଇନ ଅଧୀନରେ ସର୍ବାଧିକ ୬,୮୯୮ ମାମଲା ରୁଜୁ ହୋଇଥିବାବେଳେ ମହାରାଷ୍ଟ୍ରରେ ୫,୬୮୭ ଏବଂ ମଧ୍ୟପ୍ରଦେଶରେ ପୋକ୍ସ ଆଇନ ଅଧୀନରେ ୫,୬୪୮ ମାମଲା ରୁଜୁ ହୋଇଛି। ତଥ୍ୟ ଅନୁଯାୟୀ ଉତ୍ତରପ୍ରଦେଶରେ ଦୋଷୀସାବ୍ୟସ୍ତ ହାର ୭୦.୭ ପ୍ରତିଶତ ଥିବାବେଳେ ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ଦୋଷୀସାବ୍ୟସ୍ତ ହାର ଯଥାକ୍ରମେ ୩୦.୯ ଏବଂ ୩୭.୨ ପ୍ରତିଶତ ରହିଛି। ଅନ୍ୟପକ୍ଷେ ଏକମାତ୍ର ରାଜ୍ୟ ମଣିପୁରରେ ଲଗାତାର ୩ ବର୍ଷ ଧରି ଦୋଷୀସାବ୍ୟସ୍ତ ହାର ୧୦୦ ପ୍ରତିଶତ ରହିଛି। କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଆଜି ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ରଖି ଏହା କହିଛନ୍ତି।
୨୦୨୦ରେ ୪୭,୨୨୧ ପୋକ୍ସ ମାମଲା ରୁଜୁ ହୋଇଛି
/sambad/media/post_attachments/wp-content/uploads/2019/12/pocso-act.jpg)