ମୁସଲିମ ନାବାଳିକାକୁ ବିବାହ କଲେ ପୋକ୍ସୋ ଆଇନ ଲାଗୁ ହୋଇପାରିବ: କେରଳ ହାଇକୋର୍ଟ

ତିରୁଅନନ୍ତପୁରମ: ମୁସଲିମ ଆଇନ ଅନୁସାରେ ଜଣେ ମୁସଲିମ ପୁରୁଷ ନାବାଳିକାଙ୍କୁ ବିବାହ କଲେ ତାଙ୍କ ବିରୋଧରେ ପୋକ୍ସୋ ଆଇନ ଲାଗୁହେବ। ମୁସଲିମ ପୁଅ ଏବଂ ମୁସଲିମ ନାବାଳିକାଙ୍କ ମଧ୍ୟରେ ବିବାହ ପୋକ୍ସୋ (ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା) ଆଇନର ଊର୍ଦ୍ଧ୍ବରେ ନୁହେଁ ବୋଲି କେରଳ ହାଇକୋର୍ଟ କହିଛନ୍ତି। ତିରୁଭାଲ୍ଲା ପୁଲିସ ଦ୍ବାରା ଗିରଫ ହୋଇଥିବା ପଶ୍ଚିମବଙ୍ଗର ଜଣେ ମୁସଲିମ ଯୁବକଙ୍କ ଜାମିନ ଆବେଦନକୁ ଖାରଜ କରିବା ସମୟରେ କେରଳ ହାଇକୋର୍ଟ ଏହି ରାୟ ଦେଇଛନ୍ତି।

ତଦନ୍ତରୁ ଜଣାଯାଇଛି ଯେ ଅଭିଯୁକ୍ତ ଜଣକ ୧୬ ବର୍ଷୀୟା ନାବାଳିକାକୁ ସଂପୃକ୍ତ ଅଭିଯୁକ୍ତ ପଶ୍ଚିମବଙ୍ଗରୁ ଆଣି ତାହା ଉପରେ ଯୌନ ନିର୍ଯାତନା ଚଳାଇଥିଲା। ତେବେ ଅଭିଯୁକ୍ତ ଯୁକ୍ତି ବାଢ଼ିଥିଲା ଯେ ମୁସଲିମ ଆଇନ ଅନୁଯାୟୀ ସେ ନାବାଳିକାଙ୍କ ସମ୍ମତିରେ ତାଙ୍କୁ ଗତବର୍ଷ ମାର୍ଚ୍ଚ ୧୪ରେ ବିବାହ କରିଛି। ମୁସଲିମ ଆଇନରେ ୧୮ ବର୍ଷରୁ କମ୍‌ ବୟସର ଝିଅକୁ ବାହାହେବା ଲାଗି ଅନୁମତି ରହିଥିବାରୁ ଏହି ବିବାହ ମଧ୍ୟ ବୈଧ ବୋଲି ସେ କହିଥିଲା। ତେବେ ଅଦାଲତ ଏହି ଯୁକ୍ତି ସହ ସହମତ ହୋଇନାହାନ୍ତି।

ସମ୍ବନ୍ଧିତ ଖବର