ଜେଏନ୍‌ୟୁରେ ଶାରଳା ଦାସଙ୍କ ସମ୍ପର୍କିତ ସେମିନାର

ନୂଆଦିଲ୍ଲୀ : ନୂଆଦିଲ୍ଲୀସ୍ଥିତ ଜବାହରଲାଲ୍‌ ନେହରୁ ବିଶ୍ୱ ବିଦ୍ୟାଳୟ(ଜେଏନ୍‌ୟୁ)ର ଆଦିକବି ଶାରଳା ଦାସ ଚେୟାର ଅଫ୍‌ ଓଡ଼ିଆ ଷ୍ଟଡ଼ିସ୍‌ ତଥା ବୁଦ୍ଧିଜୀବୀ ଫୋରମ୍‌ ‘ଦ ଇଣ୍ଟେଲେକ୍ଟସ୍‌’ ସହଯୋଗରେ ପ୍ରଥମ ଥର ପାଇଁ ଜେଏନ୍‌ୟୁ ପରିସରରେ ଶାରଳା ଦାସଙ୍କ ସମ୍ପର୍କୀତ ସେମିନାର ଆୟୋଜିତ ହୋଇଯାଇଛି। ‘‘ଶାରଳା ଦାସଙ୍କ ମହାଭାରତ,ମଧ୍ୟକାଳୀନ ଓଡ଼ିଶାର ସମାଜ ଓ ସଂସ୍କୃତିର ପ୍ରତିଫଳନ’’ଶୀର୍ଷକ ଆଲୋଚନା ଚକ୍ରରେ ଜେଏନ୍‌ୟୁର ସ୍କୁଲ ଅଫ୍‌ ଇଣ୍ଡିଆନ୍‌ ଲାଙ୍ଗୁଏଜ୍‌ ପ୍ରଫେସର ଗୋବିନ୍ଦ ପ୍ରସାଦ ଅଧ୍ୟକ୍ଷତା କରିଥିବା ବେଳେ ଜେଏନ୍‌ୟୁର ଡିନ୍‌ ପ୍ରଫେସର ରାଜେନ୍ଦ୍ର ଡାଙ୍ଗ୍‌ଲେ ଏହାର ଉଦ୍‌ଘାଟନ କରିଥିଲେ। ଜେଏନ୍‌ୟୁ ଓଡ଼ିଆ ଚେୟାର ମୁଖ୍ୟ ପ୍ରଫେସର ଉଦୟନାଥ ସାହୁ ମୁଖ୍ୟ ଭାଷଣ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଡ଼ଃ ସଚ୍ଚିଦାନନ୍ଦ ମହାନ୍ତି,ଆଇଆଇଟି କାନପୁର ପ୍ରଫେସର ବି.ଏନ୍‌ ପଟ୍ଟନାୟକ ଓ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ହାଇଦ୍ରାବାଦର ପ୍ରଫେସର ପଞ୍ଚାନନ ମହାନ୍ତି ଆଲୋଚନା ଚକ୍ରରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର