ଋଷରେ ମାତିଛନ୍ତି ମଣିଷ ରକ୍ତ ପିଆ କୀଟ ! ବିଷାକ୍ତ କୀଟ ଆକ୍ରମଣରେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଶହ ଶହ ଲୋକ

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ରଚିଥିବା ବେଳେ ଏବେ ପୁଣି ଏକ ବିପଦ ଋଷ ଆଡୁ ମାଡି ଆସୁଛି । ତେବେ ଏହି ବିପଦ କୌଣସି ଭାଇରସ ନୁହେଁ କି ଆତଙ୍କବାଦୀ ନୁହଁ,  ବରଂ ଏକ ପ୍ରକାରର କୀଟ । ଚିନ୍ତାର ବିଷୟ ହେଲା, ବୁଢିଆଣୀ ପ୍ରଜାତିର ଏହି କୀଟ କୌଣସି ଖାଦ୍ୟ ଶସ୍ୟ କି କୀଟପତଙ୍ଗ ଖାଇ ବଂଚନ୍ତି ନାହିଁ ବରଂ ମଣିଷ ରକ୍ତ ପିଇ ବଂଚନ୍ତି । ଆଉ ଏହି ବିଷାକ୍ତ କୀଟ ଦଂଶନରେ ଏବେ ଋଷରେ ଶହ ଶହ ଲୋକ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

କରୋନା ମହାମାରୀ ସହ ଲଢୁଥିବା ଋଷକୁ ବର୍ତ୍ତମାନ ମଣିଷ ରକ୍ତ ପିଆ ବିଷାକ୍ତ କୀଟର ବି ସାମ୍ନା କରିବାକୁ ପଡିଛି । ତେବେ ଏହି ବିଷାକ୍ତ କୀଟ କାମୁଡିଥିବା ଲୋକଙ୍କର ଏବେ ଋଷର ବିଭିନ୍ନ ମେଡିକାଲରେ ଚିକିତ୍ସା ଚାଲିଛି । କିନ୍ତୁ ରୋଗୀ ସଂଖ୍ୟା ବର୍ତ୍ତମାନ ଏତେ ମାତ୍ରାରେ ବୃଦ୍ଧି ପାଇଛି କି ଏବେ ଔଷଧ ଏବଂ ଏହାର ପ୍ରତିଷେଧକରର ଅଭାବ ଦେଖାଦେଇଛି । ତେବେ ଋଷର ସରକାରୀ ଆଳକନ ଅନୁସାରେ, ଏହି ବିଷାକ୍ତ ପୋକମାନଙ୍କ ସଂଖ୍ୟା ବର୍ତ୍ତମାନ ସାଧାରଣ ସଂଖ୍ୟାଠାରୁ ପ୍ରାୟ ୪୨୮ ଗୁଣା ବୃଦ୍ଧିପାଇଛି । ଏନେଇ ଋଷର ପ୍ରତିରକ୍ଷା ମନ୍ତ୍ରାଳୟର ମିଡିଆ ଇନଷ୍ଟିଚ୍ୟୁଟ ପକ୍ଷରୁ ସୂଚନା ଦିଆଯାଇଛି ।

Daily Express

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଋଷର ବିଶେଷ କରି ସାଇବେରିଆ ଅଂଚଳରେ ଏହି ବିଷାକ୍ତ କୀଟମାନଙ୍କର ପ୍ରାଦୁର୍ଭାବ ଅତି ମାତ୍ରାରେ ଦେଖିବାକୁ ମିଳିଛି । ତେବେ ଏହି ପୋକ ଦେଖିବାକୁ ଅବିକଳ ଛୋଟ ବୁଢିଆଣୀ ଭଳି ମାତ୍ର ଏମାନଙ୍କଠାରେ କିଛି ପରିବର୍ତ୍ତନ ଦେଖାଦେଇଛି ଅର୍ଥାତ୍ ଏମାନେ ଏକ ପ୍ରଜାତିର ବିଷଧର ପୋକ ହୋଇଥିବା ବେଳେ କେବଳ ମଣିଷ ରକ୍ତ ପିଇ ହିଁ ଏମାନେ ବଂଚିଥାନ୍ତି । ବଡ କଥା ହେଉଛି ଏହି ପୋକ କାମୁଡିବା ମାତ୍ରକେ ଲୋକେ ଅସୁସ୍ଥ ହୋଇପଡୁଛନ୍ତି ।

୨୦୧୫ରେ ବି ଏଭଳି ପ୍ରଜାତିର ବିଷାକ୍ତ କୀଟମାନଙ୍କ ଯୋଗୁଁ ଋଷରେ ଏନସେଫାଲାଇଟିସ ବ୍ୟାପିଥିଲା । ଫଳରେ ଏଥିରେ ଶିକାର ହୋଇ ପାଖାପାଖି ଦେଢ ଲକ୍ଷ ଲୋକଙ୍କର ଅକାଳ ମୃତ୍ୟୁ ହୋଇଥିଲା । ଏହି ବିଷାକ୍ତ ପୋକ କାମୁଡାରେ ଋଷରେ ଲାଇମ୍ ଡିଜିଜ୍ ନାମକ ଏକ ରୋଗ ଆତଙ୍କ ରଚିଥିଲା । ସେପଟେ କରୋନା ମହାମାରୀ ପାଇଁ ଋଷରେ ମେଡିକାଲ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଅଣାଯାଇଥିବା ବେଳେ ଏଭଳି ବିଷାକ୍ତ ପୋକମାନଙ୍କ ପାଦୁର୍ଭାବ ବର୍ତ୍ତମାନ ଋଷ ସରକାରଙ୍କ ଚିନ୍ତା ବଢାଇଦେଇଛି । ସେହିଭଳି ଏହି ବିଷାକ୍ତ ପୋକ ଲାଇମ ଡିଜିଜ୍ ଏବଂ ଏନସେଫାଲାଇଟିଜ୍ ଜରିଆରେ ମଣିଷର ମସ୍ତିସ୍କ, ଅସ୍ଥି ଗଣ୍ଠି, ହୃତପିଣ୍ଡ ଏବଂ ସ୍ନାୟୁ ପ୍ରଣାଳୀକୁ ଅଧିକ ମାତ୍ରାରେ କ୍ଷତି ପହଂଚାଇଥାନ୍ତି ।

ସମ୍ବନ୍ଧିତ ଖବର