କୋଚ୍ଚି ବିମାନ ବନ୍ଦରରେ ଯାତ୍ରୀଙ୍କ ବ୍ୟାଗରୁ ବିଷଧର ସାପ ଉଦ୍ଧାର, ଯାତ୍ରା ବାତିଲ୍‌

କୋଚ୍ଚି: କେରଳର କୋଚ୍ଚି ବିମାନ ବନ୍ଦରରେ ଜଣେ ଯାତ୍ରୀଙ୍କ ବ୍ୟାଗ ଭିତରୁ ଗୋଟିଏ ବିଷଧର ଜୀବନ୍ତ ସାପ ମିଳିବା ଖବର ପ୍ରଘଟ ହେବା ପରେ ବିମାନ ବନ୍ଦର ପରିସରରେ ଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା।

ସୂଚନାଯୋଗ୍ୟ, ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ ୪୧୯ରେ ଆବୁ ଧାବି ଯାଉଥିବା ଜଣେ ଯାତ୍ରୀଙ୍କ ହ୍ୟାଣ୍ଡବ୍ୟାଗର ସ୍କାନିଂ ସମୟରେ ସେଥିରେ ସାପ ଥିବା କଥା ସାମ୍ନାକୁ ଆସିଥିଲା। ଯାତ୍ରୀଙ୍କ ବ୍ୟାଗ୍‌ରୁ ଯେଉଁ ସାପ ମିଳିଥିଲା ତାହା ବିଷଧର ସାପମାନଙ୍କ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି। ସାପ ମିଳିବା ପରେ ଉକ୍ତ ଯାତ୍ରୀଙ୍କୁ ସିଆଇଏସ୍‌ଏଫ୍‌ ବିମାନରେ ଯାତ୍ରା କରିବାକୁ ମନା କରିବା ସହିତ ପୁଲିସ ଜିମା ଦେଇଥିଲା। ଏହି ଯାତ୍ରୀ କେରଳର ପଲକ୍କଡ଼ କଟ୍ଟାକଲମରେ ବସବାସ କରନ୍ତି।

ସିଆଇଏସ୍‌ଏଫ୍‌ ଅଧିକାରୀଙ୍କ କହିବାନୁସାରେ, ଯେତେବେଳେ ଇନ୍ସପେକ୍ଟର ପିକେ ମୌର୍ଯ୍ୟ ଯାତ୍ରୀଙ୍କ ବ୍ୟାଗ୍‌ ସ୍କାନିଂ କରୁଥିଲେ ସେହି ସମୟରେ ସ୍କ୍ରିନ୍‌ରେ ହ୍ୟାଣ୍ଡବ୍ୟାଗ୍‌ରେ ସାପ ଭଳି କ’ଣ ଥିବା ଦେଖିବାକୁ ମିଳିଥିଲା। ସେ ତତ୍କାଳ ବ୍ୟାଗ ସମ୍ପର୍କରେ ସିଆଇଏସ୍‌ଏଫ୍‌ ଅଧିକାରୀଙ୍କୁ ସୂଚନା ଦେଇଥିଲେ। କନେଷ୍ଟବଳ ହ୍ରଦେଶ କୁମାର ବ୍ୟାଗଟିକୁ ବହୁ ଯତ୍ନ ସହକାରେ ଖୋଲି ଦେଖିଲା ବେଳକୁ ସେଥିରେ ଏକ ବିଷଧର ସାପର ଛୁଆ ଥିବା ଜଣାପଡ଼ିଥିଲା। ଏହି ସାପର ଛୁଆ ଦେଖିବାକୁ ନାଗ ସାପ ଭଳି।

ସମ୍ବନ୍ଧିତ ଖବର