ମୋଦୀଙ୍କ ସହାୟତା ଲୋଡ଼ିଲେ ପିଓକେ ଦୁଷ୍କର୍ମ ପୀଡ଼ିତା

ମୁଜାଫରବାଦ: ପିଓକେ (ପାକିସ୍ତାନ ଅଧିକୃତ କାଶ୍ମୀର)ର ଜଣେ ଦୁଷ୍କର୍ମ ପୀଡ଼ିତା ଗତ ୭ ବର୍ଷ ଧରି ନ୍ୟାୟ ପାଇଁ ଲଢ଼େଇ କରୁଛନ୍ତି। ଦୀର୍ଘ ୭ ବର୍ଷର ଲଢ଼େଇ ସତ୍ତ୍ବେ ତାଙ୍କୁ ନ୍ୟାୟ ନମିଳିବାରୁ ସେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହାୟତା ଲୋଡ଼ିଛନ୍ତି। ଏକ ଭିଡିଓ ବାର୍ତ୍ତା ଦ୍ବାରା ପୀଡ଼ିତା ମାରିଆ ତାହିର କହିଛନ୍ତି, ମୁଁ ଜଣେ ଗଣଦୁଷ୍କର୍ମ ପୀଡ଼ିତା। ଗତ ୭ ବର୍ଷ ଧରି ମୁଁ ନ୍ୟାୟ ପାଇଁ ଲଢ଼େଇ କରୁଛି। କିନ୍ତୁ ପିଓକେ ପୁଲିସ, ସରକାର ଏବଂ ନ୍ୟାୟପାଳିକା ମ‌ତେ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି। ସେ କହିଛନ୍ତି ତାଙ୍କ ଜୀବନ ପ୍ରତି ବିପଦ ରହିଛି। ତେଣୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହଯୋଗ ଚାହିଛନ୍ତି। ତାଙ୍କୁ ଭାରତରେ ରହିବାପାଇଁ ଅନୁମତି ଦେବାକୁ ମାରିଆ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର