ପାକ-ଅଧିକୃତ କଶ୍ମୀର ଆମ ଅଞ୍ଚଳ, ଦିନେ ନା ଦିନେ ଏହାକୁ ଅଧିକାର କରିବୁ : ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ : ପାକ-ଅଧିକୃତ କଶ୍ମୀର ଭାରତର ଅଞ୍ଚଳ । ଭାରତ ଦିନେ ନା ଦିନେ ଏହାକୁ ଅଧିକାର କରିବ । ଏଣିକି ପାକିସ୍ତାନ ସହିତ ଆଲୋଚନା ହେଲେ ତାହା କେବଳ ପାକ-ଅଧିକୃତ କଶ୍ମୀର ଉପରେ ହେବ ବୋଲି କହିଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ।

ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପିଓକେ ସଂପର୍କରେ ଆମର ନୀତି ସ୍ପଷ୍ଟ ଯେ ଏହା ଭାରତର ଏକ ଅଞ୍ଚଳ ରହିଥିଲା ଓ ରହିବ । ସେ କହିଛନ୍ତି ଯେ ଆମେ ସବୁ ପଡୋଶୀ ଦେଶଙ୍କ ସହ ଭଲ ସଂପର୍କ ରକ୍ଷା କରୁଛୁ । କିନ୍ତୁ ଗୋଟିଏ ପଡୋଶୀ ଦେଶପଟୁ ଆମେ ସବୁବେଳେ ସମସ୍ୟାର ସମ୍ମୁଖୀନ ହେଉଛୁ । ଯେତେଦିନ ପର୍ଯ୍ୟନ୍ତ ସୀମାପାର ଆତଙ୍କବାଦୀ ଶେଷ ନ ହୋଇଛି ଓ ଉକ୍ତ ପଡୋଶୀ ଦେଶର ଆଚରଣ ସ୍ୱାଭାବିକ ନ ହୋଇଛି, ଏହି ସମସ୍ୟା ବଜାୟ ରହିବ । ଦକ୍ଷିଣ ଏସିଆରେ ସମସ୍ୟା ଧାରା ୩୭୦ ନୁହେଁ, ବରଂ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ଅଟେ ଓ ସମଗ୍ର ବିଶ୍ୱକୁ ଆମକୁ ଏହା ବୁଝାଇବାକୁ ପଡିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର