ଭୋପାଳ: ମଧ୍ୟପ୍ରଦେଶର ଧର୍ ଜିଲ୍ଲାର ନାଲଚା ନଦୀରେ ନିର୍ମାଣାଧୀନ କରମ ଡ୍ୟାମରେ ପାଣି ଲିକ ହେବାପରେ ଏହାକୁ ନେଇ ଚିନ୍ତା ବଢିଯାଇଥିଲା | ଆଉ ଏକ ବଡ ବିପର୍ଯ୍ୟୟ ଆଶଙ୍କାରେ ସମସ୍ତେ ଚିନ୍ତିତ ଥିବାବେଳେ ଦିନରାତି ଅହରହ ପରିଶ୍ରମ କରିଥିଲେ କିଛି ଆର୍ଥମୁଭିଙ୍ଗ ମେସିନର ଡ୍ରାଇଭର | ସେମାନେ ଅଖିଆ ଅପିଆ ରହି ଡ୍ୟାମ ନିର୍ମାଣ ହୋଇଥିବା ପାହାଡ଼ର ବାମପାର୍ଶ୍ବରେ ମାଟି ଖୋଲିଥିଲେ । ଡ୍ୟାମର ଏହା ସର୍ବନିମ୍ନ ଅଞ୍ଚଳରେ ଥିବାରୁ ଏହି ବାଟ ଦେଇ ଜଳଭଣ୍ଡାରର ଜଳକୁ ନାଲଚା ନଦୀକୁ ଛଡ଼ାଯାଇଥିଲା |
ଆଉ ଏହାଦ୍ୱାରା ଏକ ବଡ ବିପର୍ଯ୍ୟୟକୁ ରୋକାଯାଇପାରିଥିଲା | ତେବେ ଏହି କାମରେ ନିୟୋଜିତ ପୋକଲେନ ମେସିନର ଡ୍ରାଇଭରମାନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି | ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୋୖହାନ କହିଛନ୍ତି ଯେ ତିନି ଦିନ ପୂର୍ବେ ନିର୍ମାଣାଧୀନ ଡ୍ୟାମରେ ଲିକ୍ ହେବାର ସୂଚନା ଆସିବା ପରେ ଏକ ବଡ଼ ବିପଦ ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହି ବିପଦକୁ ଏଡାଇ ଦିଆଯାଇଛି |
/sambad/media/post_attachments/wp-content/uploads/2022/08/Dhar-Dam-Leakage-News-3.jpg)
ସେ କହିଛନ୍ତି, ଯେ ଡ୍ୟାମରୁ ଜଳକୁ ସ୍ଥାନାନ୍ତର କରି ବିପର୍ଯ୍ୟୟକୁ ରୋକିବା ପାଇଁ ପୋକଲେନ ମେସିନର ଡ୍ରାଇଭରମାନେ ସେମାନଙ୍କ ଜୀବନ ପ୍ରତି ବାଜି ଲଗାଇ କାର୍ଯ୍ୟ କରିଥିଲେ | ତେଣୁ ଏହି ଡ୍ରାଇଭରମାନଙ୍କୁ ରାଜ୍ୟ ସରକାର ଦୁଇ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିବେ। ଅଧିକାରୀମାନେ ରବିବାର ଦିନ କହିଥିଲେ ଯେ ଡ୍ୟାମର କାନ୍ଥରେ ଫାଟ ସୃଷ୍ଟି ହେବା ଏବଂ ପାଣି ଲିକ ହେବା ପରେ ଡ୍ୟାମ ଫାଟିଯିବାର ଆଶଙ୍କାକୁ ଏଡାଇବା ପାଇଁ ଏକ କେନାଲ ଖୋଳା ଯାଇଥିଲା। ରବିବାର ସକାଳେ ଏହି କେନାଲ ଦେଇ ଡ୍ୟାମରୁ ଜଳ ପ୍ରବାହିତ ହୋଇଥିଲା |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/0f320b68-2839-4a45-9972-2e5335c51234.jpg)