ନୂଆଦିଲ୍ଲୀ : ପୋଲାଭଦମ ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କ ଦ୍ବାରା ଦାଖଲ କରାଯାଇଥିବା ମୂଳ ମାମଲାରେ ଉପସ୍ଥାପନ କରାଯାଇଥିବା ୧୩୬ଟି ନଥିପତ୍ରରୁ ୪୧ଟି ନଥିପତ୍ରକୁ କେନ୍ଦ୍ର ସରକାର ସ୍ବୀକାର କରିନାହାନ୍ତି। ଏନେଇ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ଦ୍ବାରା ସତ୍ୟପାଠ ଦାଖଲ କରାଯାଇଛି।
ପୋଲାଭରମ ପ୍ରକଳ୍ପ ସମ୍ପର୍କିତ ମୂଳ ମାମଲାର ଶୁଣାଣି ପାଇଁ ପ୍ରସଙ୍ଗ ଗୁଡ଼ିକ ଧାର୍ଯ୍ୟ କରି ସାରିବାପରେ ପକ୍ଷଭୁକ୍ତ ରାଜ୍ୟ ମାନଙ୍କ ଦ୍ବାରା ପ୍ରକଳ୍ପ ସମ୍ପର୍କିତ ନଥିପତ୍ର ଦାଖଲ କରିବା ତଥା ତଥା ନଥିପତ୍ର ଗୁଡ଼ିକର ଗ୍ରହଣ କିମ୍ବା ଅଗ୍ରାହ୍ୟ କରିବା କାର୍ଯ୍ୟ ତ୍ବରାନ୍ବିତ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଓଡ଼ିଶା ଦ୍ବାରା ସମୁଦାୟ ୧୩୬ଟି ନଥିପତ୍ର ଦାଖଲ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/pola-1.jpg)