ପୋଲାଭରମ ପ୍ରକଳ୍ପ ମାମଲା: ଶୁଣାଣିରୁ ଓହରିଲେ ଜଷ୍ଟିସ୍‌ ଏଲ୍‌ ନା‌ଗେଶ୍ବର ରାଓ

ନୂଆଦିଲ୍ଲୀ : ବିବାଦୀୟ ପୋଲାଭରମ ଇନ୍ଦିରାସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ ମାମଲାର ଶୁଣାଣିରୁ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ଏଲ୍‌ ନାଗେଶ୍ବର ରାଓ ଓହରି ଯାଇଛନ୍ତି। ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ଓଡ଼ିଶା ଓ ଛତିଶଗଡ଼ ଦ୍ବାରା ସୁପ୍ରିମକୋର୍ଟ‌ରେ ଅଲଗା ଅଲଗା ମୂଳ ମାମଲା ଦାଖଲ କରାଯାଇଛି। ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ମୂଳ ମାମଲାର ଶୁଣାଣି ବର୍ତ୍ତମାନ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ଏକେ ସିକ୍ରିଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠରେ ଜାରି ରହିଥିବାବେଳେ ଛତିଶଗଡ଼ ଦ୍ବାରା ଦାଖଲ କରାଯାଇଥିବା ମୂଳ ମାମଲା ଆଜି ଶୁଣାଣି ପାଇଁ ବିଚାରପତି ଏଲ୍‌ ନାଗେଶ୍ବର ରାଓ ଓ ବିଚାରପତି ଏମ୍‌ ଆର ଶାହଙ୍କ ଖଣ୍ଡପୀଠରେ ତାଲିକାଭୁକ୍ତ କରାଯାଇଥିଲା। ହେଲେ ଜଷ୍ଟିସ୍‌ ଏଲ୍‌ ନାଗେଶ୍ବର ରାଓ ପୋଲାଭରମ୍‌ ମାମଲାରେ ପୂର୍ବରୁ ସମ୍ପୃକ୍ତ ଥିବା ଯୋଗୁଁ ମାମଲାର ଶୁଣାଣିରୁ ଓହରି ଯାଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଏକ ନୂଆ ବେଞ୍ଚ୍‌ରେ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର