ଲାଗିବ ପୋଲାଭରମ୍ ଝଟକା! କେନ୍ଦ୍ରର ଆନ୍ଧ୍ର ପ୍ରୀତି ବଢ଼ୁଛି

ପ୍ରକଳ୍ପ ସପକ୍ଷରେ ଭେଙ୍କିଆ, କାର୍ଯ୍ୟ ବନ୍ଦ ଆଦେଶକୁ ୨ ବର୍ଷ ସ୍ଥଗିତ ପାଇଁ ଯୋଜନା, ପ୍ରକଳ୍ପର ସଂ ଶୋଧିତ ଅଟକଳକୁ ମଞ୍ଜୁରି ମିଳିବ

ନୂଆଦିଲ୍ଲୀ : ପୋଲାଭରମ୍ ପ୍ରକଳ୍ପ ନେଇ କେନ୍ଦ୍ର ସରକାରଙ୍କ ଆନ୍ଧ୍ର ପ୍ରୀତି ଏବେ ଓଡ଼ିଶା ପାଇଁ କାଳ ହେଲାଣି। ଗୋଟିଏ ପଟେ କେନ୍ଦ୍ର ସରକାର ପ୍ରକଳ୍ପର ସେଂଶାଧିତ ବ୍ୟୟ ଅଟକଳକୁ ମଞ୍ଜୁରି ଦେବା ଲାଗି ବାଟ ଖୋଲିଛନ୍ତି। ଏପଟେ କାର୍ଯ୍ୟ ବନ୍ଦ ଆଦେଶକୁ ଆଉ ଦୁଇ ବର୍ଷ ଯାଏ ସ୍ଥଗିତ ରଖିବା ଲାଗି େଯାଜନା ଆରମ୍ଭ େହାଇଛି। ଆନ୍ଧ୍ର ପ୍ରତିନିଧିମାନେ ଦିଲ୍ଲୀରେ ଚାପ ସୃଷ୍ଟି କରୁଥିବା ବେଳେ ଆଉ େକହି ନୁହେଁ, େଖାଦ୍ ଉପରାଷ୍ଟ୍ରପତି ଏ ପ୍ରସଙ୍ଗରେ େକନ୍ଦ୍ର ପରିବେଶ ମନ୍ତ୍ରୀଙ୍କୁ ଡାକି ଆେଲାଚନା କରିଛନ୍ତି। ଏହି ଘଟଣାରେ ଓଡ଼ିଶାକୁ ପୁଣି ଏକ ବଡ଼ ଝଟକା ଲାଗିବାର ଆଶଙ୍କା ସୃଷ୍ଟି ହୋଇଛି।

ପୋଲାଭରମ ପ୍ରକଳ୍ପକୁ ନେଇ ଜାରି ହୋଇଥିବା ଷ୍ଟପ୍‌ ୱାର୍କ ଅର୍ଡର ବା କାର୍ଯ୍ୟ ବନ୍ଦ ଆଦେଶକୁ ଆଉ ଦୁଇ ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ପାଣିପାଗ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡ଼ୁ କହିଛନ୍ତି। ରାଜ୍ୟସଭା କାର୍ଯ୍ୟାଳୟରେ ଜାଭେଡକରଙ୍କ ସହ ଆଲୋଚନା କରିବା ବେଳେ ଉପରାଷ୍ଟ୍ରପତି କହିଛନ୍ତି ଯେ, ପୋଲାଭରମକୁ ଜାତୀୟ ପ୍ରକଳ୍ପ ଭାବେ ଘୋଷଣା କରାଯାଇଛି ଏବଂ ଏହାକୁ ଆନ୍ଧ୍ର ପ୍ରଦେଶର ଜୀବନ ରେଖା ବୋଲି କୁହାଯାଉଛି। ତେଣୁ ‌ଦେଶ ଓ ଆନ୍ଧ୍ରପ୍ରଦେଶର ସ୍ବାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟ ବନ୍ଦ ଆଦେଶକୁ ଆଉ ଦୁଇ ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରଖିବା ଉପରେ ବିଚାର କରାଯାଇପାରେ।

୨୦୧୫-୧୬, ୨୦୧୬-୧୭ ଓ ୨୦୧୭-୧୮ରେ ତିନି ଥର କାର୍ଯ୍ୟ ବନ୍ଦ ଆଦେଶକୁ ସ୍ଥଗିତ ରଖାଯାଇଥିଲା। ଶେଷ ଥର ପାଇଁ ୨୦୧୮ ଜୁଲାଇ ୩ରୁ ୨୦୧୯ ଜୁଲାଇ ୨ ପର୍ଯ୍ୟନ୍ତ ଏହି କାର୍ଯ୍ୟ ବନ୍ଦ ଆଦେଶ ସ୍ଥଗିତ ରଖାଯାଇଛି। ବିନା କୌଣସି ପ୍ରତିବନ୍ଧକରେ ଏହି ପ୍ରକଳ୍ପର କାର୍ଯ୍ୟକୁ ଆଗକୁ ବଢ଼ାଇବା ଅନୁମତି ପ୍ରଦାନ କରିବା ପାଇଁ ସେ ମନ୍ତ୍ରୀଙ୍କୁ କହିଥିଲେ। ଉପରାଷ୍ଟ୍ରପତି ଦେଇଥିବା ପ୍ରସ୍ତାବର ଉପଯୁକ୍ତ ବିଚାର କରାଯିବ ବୋଲି ଶ୍ରୀ ଜାଭେଡକର ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିବା ସୂଚନା ମିଳିଛି।

ଅନ୍ୟପଟରେ ବିବାଦୀୟ ପୋଲାଭରମ ଇନ୍ଦିରାସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ର ସରକାର ୫୫ ହଜାର ୫୪୮ େକାଟି ୮୭ ଲକ୍ଷ ଟଙ୍କାର ସଂଶୋଧିତ ବ୍ୟୟ ଅଟକଳକୁ ମଞ୍ଜୁରୀ ପ୍ରଦାନ କରି‌େବ ବୋଲି ଜଣାପଡ଼ିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଆନ୍ଧ୍ରପ୍ରଦେଶ ସରକାରଙ୍କ ପୋଲାଭରମ ପ୍ରକଳ୍ପର ସଂଶୋଧିତ ବ୍ୟୟ ଅଟକଳ ପ୍ରସ୍ତାବକୁ ଚଳିତ ବର୍ଷ ଫେବ୍ରୁଆରି ୧୧ରେ ଗ୍ରହଣ କରିଥିଲେ। ପରେ ଏହାକୁ ଅନୁମୋଦନ କରିବା ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ନିକଟକୁ ପଠାଇ ଦିଆଯାଇଥିଲା। ଚଳିତ ସପ୍ତାହରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଦ୍ବାରା ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି।

ଗତ ଦୁଇଦିନରୁ ଆନ୍ଧ୍ରପ୍ରଦେଶ ସରକାରଙ୍କ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳୀ କେନ୍ଦ୍ର ଜଳ ଆୟୋଗ ସହିତ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ନେଇ ବିଚାର ଆଲୋଚନା ଜାରି ରଖିଛନ୍ତି। ଅନ୍ୟ ଏକ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ଆନ୍ଧ୍ରପ୍ରଦେଶ ସରକାର ପୋଲାଭରମ ପ୍ରକଳ୍ପର କାର୍ଯ୍ୟାଦେଶ ବନ୍ଦ ନିର୍ଦ୍ଦେଶ ସ୍ଥଗିତ ରଖିବା ଅବଧିକୁ ଆଉ ୨ ବର୍ଷ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟକୁ ପତ୍ର ଲେଖିଛନ୍ତି। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଦ୍ବାରା ଗତ ବର୍ଷ ଜୁଲାଇରେ ଦିଆଯାଇଥିବା ପୋଲାଭରମ୍ ପ୍ରକଳ୍ପର କାର୍ଯ୍ୟାଦେଶ ବନ୍ଦ ନିର୍ଦ୍ଦେଶ ସ୍ଥଗିତ ରଖିବା ଅବଧି ୨ଜୁଲାଇ, ୨୦୧୯ ପର୍ଯ୍ୟନ୍ତ ବୈଧ ରହିଛି।

ସମ୍ବନ୍ଧିତ ଖବର