ନୂଆଦିଲ୍ଲୀ : ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ୬୬.୯୬ ପ୍ରତିଶତ ଶେଷ ହୋଇଛି। ଆନ୍ଧ୍ରପ୍ରଦେଶ ସରକାର ଏହି ପ୍ରକଳ୍ପ କାର୍ଯ୍ୟ ଜୁନ୍ ୨୦୨୧ ସୁଦ୍ଧା ଶେଷ କରିବା ପାଇଁ ସମୟସୀମା ଧାର୍ଯ୍ୟ କରିଥିବା ନେଇ ଆଜି କେନ୍ଦ୍ରସରକାରଙ୍କ ପକ୍ଷରୁ ରାଜ୍ୟସଭାରେ ଅବଗତ କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟ ପାଇଁ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ବାରା କେନ୍ଦ୍ରୀୟ ଜଳ ଆୟୋଗଙ୍କ ନିକଟକୁ ୫୭,୨୯୭.୪୨ କୋଟି ଟଙ୍କାର ସଂଶୋଧିତ ବ୍ୟୟ ଅଟକଳ ପଠାଯାଇଥିଲା। କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟର ଉପଦେଷ୍ଟା କମିଟି ଦ୍ବାରା ଚଳିତ ବର୍ଷ ଫେବ୍ରୁଆରି ମାସରେ ସଂଶୋଧନ ବ୍ୟୟ ଅଟକଳ ପ୍ରସ୍ତାବକୁ ଗ୍ରହଣ କରାଯାଇଥିଲା। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ନିର୍ଦ୍ଦେଶାନୁସାରେ ପୋଲାଭରମ୍ ପ୍ରକଳ୍ପର ବ୍ୟୟବରାଦ ରାଶି ସମ୍ପର୍କିତ ପ୍ରସ୍ତାବକୁ ବିଚାରବିମର୍ଷ ପାଇଁ ସଂଶୋଧିତ ବ୍ୟୟ କମିଟି ଏପ୍ରିଲ ୨, ୨୦୧୯ରେ ଗଠନ କରାଯାଇଥିବା ନେଇ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଵତ ସୂଚନା ଦେଇଥିଲେ। ଆଜି ରାଜ୍ୟସଭାର ପ୍ରଶ୍ନକାଳରେ ପୋଲାଭରମ୍ ପ୍ରକଳ୍ପ ସମ୍ପର୍କିତ ପ୍ରସଙ୍ଗରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗୃହରେ ଉତ୍ତର ଦେଉଥିବା ବେଳେ ବିଜେ଼ଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମନ୍ତ୍ରୀଙ୍କୁ ବାରମ୍ବାର ପ୍ରଶ୍ନ କରିବା ପାଇଁ ଉଦ୍ୟମ କରିଥିଲେ କିନ୍ତୁ ତାଙ୍କୁ ସୁଯୋଗ ମିଳିନଥିଲା।
ପୋଲାଭରମ ପ୍ରକଳ୍ପ : ୬୬.୯୬ % କାର୍ଯ୍ୟ ଶେଷ
/sambad/media/post_attachments/wp-content/uploads/2019/07/polavaram.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)