ତ୍ରିପୁରା ପୁଲିସକୁ ବଡ ସଫଳତା: ୧୪ ବାଂଲାଦେଶୀ ଅନୁପ୍ରବେଶକାରୀ ଗିରଫ

ଅଗରତାଲା: ଆଜି ତ୍ରିପୁରା ପୁଲିସ ୧୪ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଗିରଫ କରିଛି। ତ୍ରିପୁରା ପୁଲିସ ଅଧିକାରୀ କହିଛନ୍ତି ଯେ ଏହି ବାଂଲାଦେଶୀ ଅନୁପ୍ରବେଶକାରୀମାନେ ବେଆଇନ ଭାବେ ଭାରତରେ ପ୍ରବେଶ କରୁଥିଲେ। ଚାରି ଦିନ ପୂର୍ବେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ୨୫ ଜଣ ଅନୁପ୍ରବେଶକାରୀଙ୍କୁ ଗିରଫ କରିଥିଲା। ତ୍ରିପୁରାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଚାରିଜଣ ମହିଳା ଏବଂ ଚାରି ପିଲାଙ୍କ ସମେତ ୧୪ ଜଣ ବ୍ୟକ୍ତି ଦକ୍ଷିଣ ତ୍ରିପୁରା ସୀମାନ୍ତରେ ଥିବା ସବରୁମ ନାମକ ଗାଁରେ ଏକ ଘରେ ଲୁଚିକି ଥିଲେ |

ଶନିବାର ଦିନ ବାଂଲାଦେଶୀ ନାଗରିକମାନେ ଦକ୍ଷିଣ ତ୍ରିପୁରାରେ ବେଆଇନ ଭାବେ ପ୍ରବେଶ କରିଥିଲେ ଏବଂ ଜଣେ ଭାରତୀୟ ନାଗରିକଙ୍କ ଘରେ ରହିଥିଲେ। ବାଂଲାଦେଶୀ ନାଗରିକ ପୁଲିସକୁ କହିଥିଲେ ଯେ ସେମାନେ ଚାକିରି ଖୋଜିବା ପାଇଁ ବେଙ୍ଗାଲୁରୁ ଯିବାକୁ ଚେଷ୍ଟା କରୁଥିଲେ । ଏହାକୁ ନେଇ ପୁଲିସ କହିଛି ଯେ ଗିରଫ ବାଂଲାଦେଶୀଙ୍କ ଦାବିକୁ ଆମେ ଅନୁସନ୍ଧାନ କରୁଛୁ। ଏହି କ୍ରମରେ ପୁଲିସ ଶନିବାର ରାତିରେ ଘରର ମାଲିକଙ୍କ ସମେତ ଦୁଇ ଜଣ ଭାରତୀୟଙ୍କୁ ମଧ୍ୟ ଗିରଫ କରିଥିଲା। ଏହାପୂର୍ବରୁ ଆସାମ ପୁଲିସ ସହ ଏନଆଇଏ ନଭେମ୍ବର ୮ରେ ତ୍ରିପୁରାରୁ ୨୫ ଜଣଙ୍କ ସହ ଆସାମରୁ ୨୧ ଜଣଙ୍କୁ ଗିରଫ କରିଥିଲା | ଗିରଫ ବ୍ୟକ୍ତିମାନଙ୍କୁ ଏବେ ପଚରାଉଚରା କରାଯାଉଛି |

ସମ୍ବନ୍ଧିତ ଖବର