୧୭ ବର୍ଷର ପୁଅକୁ ନେଇ ଫେରାର ହେଲା ୧୯ ବର୍ଷର ଯୁବତୀ, ଯୌନ ଶୋଷଣ ଅଭିଯୋଗରେ ଗିରଫ କଲା ପୁଲିସ

ଚେନ୍ନାଇ: ଯୌନ ଶୋଷଣ ଅଭିଯୋଗରେ ଗିରଫ ହେଲେ ଯୁବତୀ | ତାମିଲନାଡୁରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି | ଯେଉଁଠାରେ ଜଣେ ୧୯ ବର୍ଷର ଯୁବତୀକୁ ଯୌନ ଶୋଷଣ ଅଭିଯୋଗରେ ଗିରଫ କରାଯାଇଛି। ଯୁବତୀ ଜଣକ ୧୭ ବର୍ଷର ନାବାଳକଙ୍କୁ ନେଇ ଫେରାର ହୋଇଯାଇଥିଲେ | କେବଳ ଏତିକି ନୁହେଁ, ନାବାଳକଙ୍କ ସହ ଫେରାର ହେବା ପରେ ଉଭୟ ବିବାହ ମଧ୍ୟ କରିଥିଲେ | ବର୍ତ୍ତମାନ ନାବାଳିକାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି | ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ଏବଂ ମାମଲାର ତଦନ୍ତ ଆରମ୍ଭ ହୋଇଛି। ମିଳିଥିବା ସୂଚନା ମୁତାବକ ଏହି ଘଟଣା ତାମିଲନାଡୁର ପୋଲାଚିରୁ ଆସିଛି | ଆଉ ୧୯ ବର୍ଷର ଯୁବତୀଙ୍କୁ ପୋକସୋ ଆକ୍ଟ ଅନୁଯାୟୀ ଗିରଫ କରାଯାଇଛି।

୧୭ ବର୍ଷର ନାବାଳକଙ୍କୁ ବିବାହ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯୁବତୀ ଜଣକ ଏକ ପେଟ୍ରୋଲ ପମ୍ପରେ କାମ କରୁଥିଲା। ନାବାଳକ ମଧ୍ୟ ପାଠପଢା ଛାଡି ସେହି ପେଟ୍ରୋଲ ପମ୍ପରେ କାମ କରୁଥିଲେ ଏବଂ ସେଠାରେ ସେମାନଙ୍କର ପରିଚୟ ହୋଇଥିଲା | ସୂଚନା ଅନୁଯାୟୀ, ଉଭୟ ଏକ ବର୍ଷରୁ ଅଧିକ ସମୟ ଧରି ସମ୍ପର୍କ ରଖିଥିଲେ। ଗତ ଗୁରୁବାର ଦିନ ଉଭୟ ଘରୁ ଫେରାର ହୋଇ ପଳାଇଥିଲେ | ଯୁବତୀ ଜଣକ ନାବାଳକଙ୍କୁ ବିବାହ କରିଥିଲେ |

ପରଦିନ ଦୁହେଁ କୋଏମ୍ବାଟୁର ଜିଲ୍ଲାର ସେମେଡୁକୁ ଫେରି ଏକ ଭଡା ଘରେ ରହୁଥିଲେ। ଆଉ ନାବାଳକଙ୍କ ମା’ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଯେତେବେଳେ ଉଭୟ ଏ ବିଷୟରେ ଜାଣିବାକୁ ପାଇଲେ, ଉଭୟ ପୁଲିସ ଷ୍ଟେସନରେ ଆସି ଆତ୍ମସମର୍ପଣ କରିଥିଲେ | ତେବେ ପୁଲିସ ୧୯ ବର୍ଷର ଯୁବତୀଙ୍କୁ ପୋକସୋ ଆକ୍ଟ ଅନୁଯାୟୀ ଗିରଫ କରିଛି | ଅନ୍ୟପକ୍ଷରେ ପୁଲିସ ନାବାଳକଙ୍କୁ ପଚରାଉଚରା ଆରମ୍ଭ କରିଛି ଏବଂ ତଦନ୍ତ ମଧ୍ୟ ଜାରି ରହିଛି |

ସମ୍ବନ୍ଧିତ ଖବର