ମୁମ୍ବାଇ: ମୁମ୍ବାଇରେ ଜଣେ ୨୫ ବର୍ଷୀୟା ଏୟାର ଇଣ୍ଡିଆ ପାଇଲଟ୍ ଆତ୍ମହତ୍ୟା କରିଛନ୍ତି। ମହିଳା ପାଇଲଟ୍ ସୃଷ୍ଟି ତୁଲିଙ୍କ ମର ଶରୀର ଅନ୍ଧେରି ସ୍ଥିତ ତାଙ୍କ ଫ୍ଲାଟ୍ରୁ ମିଳିଛି। ମହିଳାଙ୍କ ବୟଫ୍ରେଣ୍ଡ୍ଙ୍କୁ ପୁଲିସ ଗିରଫ କରିଛି। ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗରେ ପୁଲିସ ସୃଷ୍ଟିଙ୍କ ବୟଫ୍ରେଣ୍ଡ୍ ଆଦିତ୍ୟ ପଣ୍ଡିତ (୨୭)ଙ୍କୁ ନଭେମ୍ବର ୨୯ ପର୍ଯ୍ୟନ୍ତ ହାଜତକୁ ନେଇଛି। ସୃଷ୍ଟିଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ ପଣ୍ଡିତ ଅନେକ ସମୟରେ ତାଙ୍କ ସହ ଖରାପ ବ୍ୟବହାର ଏବଂ ଯୁକ୍ତିତର୍କ କରିଥାନ୍ତି। ଶେଷରେ ଅତ୍ୟାଚାର ସହିନପାରି ସେ ଆତ୍ମହତ୍ୟା କରିଥିବା ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ସୃଷ୍ଟି ତୁଲି ହେଉଛନ୍ତି ଗୋରଖପୁରର ପ୍ରଥମ ମହିଳା ପାଇଲଟ୍।
ଏୟାର ଇଣ୍ଡିଆ ପାଇଲଟ୍ଙ୍କ ଆତ୍ମହତ୍ୟା ବୟଫ୍ରେଣ୍ଡ୍ଙ୍କୁ ଗିରଫ କଲା ପୁଲିସ
ମୁମ୍ବାଇରେ ଜଣେ ୨୫ ବର୍ଷୀୟା ଏୟାର ଇଣ୍ଡିଆ ପାଇଲଟ୍ ଆତ୍ମହତ୍ୟା କରିଛନ୍ତି। ମହିଳା ପାଇଲଟ୍ ସୃଷ୍ଟି ତୁଲିଙ୍କ ମର ଶରୀର ଅନ୍ଧେରି ସ୍ଥିତ ତାଙ୍କ ଫ୍ଲାଟ୍ରୁ ମିଳିଛି। ମହିଳାଙ୍କ ବୟଫ୍ରେଣ୍ଡ୍ଙ୍କୁ ପୁଲିସ ଗିରଫ କରିଛି।
/sambad/media/media_files/2024/11/28/3vfMdSzuryCNuUWlj6ZM.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)