‘ଚାପୁଡ଼ା ମାରିଥାନ୍ତି’ ବୟାନକୁ ନେଇ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ କଲା ପୁଲିସ

ମୁମ୍ବାଇ: ବିବାଦୀୟ ବୟାନକୁ ନେଇ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ମହାରାଷ୍ଟ୍ରର ରତ୍ନଗିରି ପୁଲିସ ଗିରଫ କରିଛି। ଏହାପୂର୍ବରୁ ବମ୍ବେ ହାଇକୋର୍ଟ ଏଫଆଇଆର ବନ୍ଦ କରିବାକୁ ରାଣେଙ୍କ ଆବେଦନ ଉପରେ କୋର୍ଟ ଶୁଣାଣି କରିବାକୁ ମନା କରିଦେଇଥିଲେ। ସୂଚନା ମୁତାବକ ସୋମବାର ଦିନ ରାୟଗଡ ଜିଲ୍ଲାର ଏକ ଜନ ଆଶୀର୍ବାଦ ଯାତ୍ରା ସମୟରେ କେନ୍ଦ୍ର ମନ୍ତ୍ରୀ ରାଣେ କହିଥିଲେ ଯେ ସ୍ୱାଧୀନତାର କେତେ ବର୍ଷ ବିତିଯାଇଛି ତାହା ମୁଖ୍ୟମନ୍ତ୍ରୀ ଜାଣି ନ ଥିବାରୁ ଏହା ଲଜ୍ଜାଜନକ ବିଷୟ। ଭାଷଣ ସମୟରେ ସେ ପଛକୁ ଚାହିଁ ଏ ବିଷୟରେ ପଚାରିଥିବାର ନଜର ଆସିଥିଲେ। ମୁଁ ଯଦି ସେଠାରେ ଥା’ନ୍ତି, ମୁଁ ତାଙ୍କୁ ଶକ୍ତ ଚାପୁଡ଼ା ମାରିଥାନ୍ତି | ରାଣେ ଦାବି କରିଥିଲେ ଯେ ଅଗଷ୍ଟ ୧୫ ରେ ଜନସାଧାରଣଙ୍କୁ ସମ୍ବୋଧିତ କରିବାବେଳେ ଠାକରେ ସ୍ୱାଧୀନତାକୁ କେତେ ବର୍ଷ ବିତିଗଲାଣି ତାହା ଭୁଲି ଯାଇଥିଲେ। ରାଣେ କହିଥିଲେ ଯେ ଭାଷଣ ମଝିରେ ସେ(ଉଦ୍ଧବ) ନିଜ ସହକର୍ମୀଙ୍କୁ ସ୍ୱାଧୀନତା ଦିବସକୁ କେତେ ବର୍ଷ ବିତିଲାଣି ବୋଲି ପଚାରିଥିଲେ।

ଏହି ଘଟଣାକୁ ନେଇ ଶିବସେନା ପକ୍ଷରୁ ନାଶିକ, ପୁଣେ ଏବଂ ମହାଡ଼ରେ ରାଣେଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା । ରାଣେଙ୍କ ବିବୃତ୍ତି ପରେ ଶିବସେନା ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ତିକ୍ତତା ମଧ୍ୟ ବୃଦ୍ଧି ପାଇଥିଲା । ଏଥି ସହିତ ଚିପଲୁନରେ ଥିବା ରାଣେଙ୍କ ବାସଭବନ ବାହାରେ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା।

ଉଭୟ ଦଳର କର୍ମୀ ପରସ୍ପର ଉପରକୁ ପଥର ଫିଙ୍ଗିଥିଲେ | ଯାହା ପରେ ପୁଲିସକୁ ଲାଠି ଚାର୍ଜ କରିବାକୁ ପଡିଥିଲା। ରାଣେଙ୍କ ବିରୋଧରେ ଆଇପିସିର ଧାରା ୫୦୦, ୫୦୫ (୨), ୧୫୩ (ବି) (୧) ଅନୁଯାୟୀ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର