୧୨ଟି ରାଜ୍ୟର ପୁଲିସ ଖୋଜୁଥିବା କୁଖ୍ୟାତ ଡକାୟତ ଗିରଫ

ନୂଆଦିଲ୍ଲୀ: ୧୧ ବର୍ଷ ପରେ ପୁଲିସ ହାତରେ ଧରାପଡିଲା କୁଖ୍ୟାତ ଚୋର | ପ୍ରାୟ ୧୨ଟି ରାଜ୍ୟର ପୁଲିସଙ୍କୁ ଚକମା ଦେଇ ଖସି ପଳାଉଥିବା ଡ଼କାୟତକୁ ଶେଷରେ ଗାଜିଆବାଦ ପୁଲିସ ଧରିବାରେ ସକ୍ଷମ ହୋଇଛି | କବିନଗର ପୁଲିସ ବିଳାସପୂର୍ଣ୍ଣ ଜାଗୁଆର କାରରେ ବୁଲି ଚୋରି କରୁଥିବା ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର କିଙ୍ଗପିନ୍ ଇରଫାନ୍ ଓରଫ ଉଜାଲେକୁ ଗିରଫ କରିଛି। ଉଜାଲେ ନାମରେ ବିଭିନ୍ନ ରାଜ୍ୟରେ ୨୦ରୁ ଅଧିକ ମାମଲା ପଞ୍ଜିକୃତ ହୋଇଛି। ପୁଲିସ ତା ନିକଟରୁ କୋଟି କୋଟି ଟଙ୍କା ମୂଲ୍ୟର ଅଳଙ୍କାର ଜବତ କରିଛି। ବିହାରର ସୀତାମାଢ଼ୀ ନିବାସୀ ଏହି ଦୁର୍ଦ୍ଦାନ୍ତ ଚୋରକୁ ୧୨ଟି ରାଜ୍ୟର ପୁଲିସ ଖୋଜୁଥିଲେ।

ଗାଜିଆବାଦ ପୁଲିସ ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୨.୫ କୋଟି ଟଙ୍କା ମୂଲ୍ୟର ଚୋରି ସାମଗ୍ରୀ ଜବତ କରିଛି। ଏହା ପୂର୍ବରୁ ଇରଫାନଙ୍କ ପତ୍ନୀ ଏବଂ ଜଣେ ପ୍ରେମିକାଙ୍କ ସମେତ ପୁଲିସ ୧୧ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା | ଗାଜିଆବାଦ ପୁଲିସ ଅଧିକ୍ଷକ ନିପୁଣ ଅଗ୍ରୱାଲ କହିଛନ୍ତି ଯେ ଉଜାଲେର ପତ୍ନୀ ଗୁଲସନ ବିହାରରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବାରୁ ଜାମିନ ପାଇଁ ସେ ଗାଜିଆବାଦ ଆସିଥିଲା |

ଆଉ ଏ ବାବଦରେ ପୁଲିସ ସୂଚନା ପାଇବା ପରେ ଉଜାଲେକୁ ଗିରଫ କରିଛି | ପୁଲିସର ପଚରାଉଚରାବେଳେ ଅଭିଯୁକ୍ତ ଜଣକ କହିଛି ଯେ ୧୧ ବର୍ଷ ପୂର୍ବେ ତା ଭଉଣୀର ବିବାହ ପାଇଁ ଯୌତୁକ ଟଙ୍କା ଅଭାବ ହେବାରୁ ସେ ପ୍ରଥମେ ଚୋରି କରିଥିଲା | ଏହା ପରେ ଉଜାଲେ ନିଜର ଏକ ଗ୍ୟାଙ୍ଗ ଗଠନ କରି ଦେଶର ବିଭିନ୍ନ ସ୍ଥାନରେ ଚୋରି କରୁଥିଲା | ଚୋରି ଟଙ୍କାରେ ଦାମୀ ଗାଡି କିଣିବା ସହ ବିଦେଶକୁ ମଧ୍ୟ ବୁଲିବାକୁ ଯାଉଥିଲା |

ସମ୍ବନ୍ଧିତ ଖବର