ଗୋଲ୍ଡି ବରାର ଗ୍ୟାଙ୍ଗ୍‌ର ୧୦ ଶାର୍ପ ସୁଟର ଗିରଫ କଲା ପୁଲିସ୍

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ୍‌ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ସେଲ୍ ପକ୍ଷରୁ ଗୋଲ୍ଡି ବରାର ଗ୍ୟାଙ୍ଗ୍‌ର ୧୦ ଶାର୍ପ ସୁଟରଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ବିହାର ସମେତ ୭ ରାଜ୍ୟରେ ସ୍ପେଶାଲ ଅପରେସନ୍ କରାଯାଇ ସୁଟରମାନଙ୍କୁ ଗିରଫ କରାଯାଇଛି। ଏହି ସମୟରେ ପୁଲିସ ସୁଟରମାନଙ୍କ ପାଖରୁ ୭ ପିସ୍ତଲ, ୩୧ ଜୀବନ୍ତ ଗୁଳି ସହିତ ୧୧ ମୋବାଇଲ ସେଟ୍ ଜବତ କରିଛି।

ଅନୁସନ୍ଧାନରୁ ଜଣାପଡିଛି ଯେ ଗିରଫ ହୋଇଥିବା ସମସ୍ତ ସୁଟର ପରସ୍ପର ସହ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ହ୍ୟାଣ୍ଡେଲ ମାଧ୍ୟମରେ ସଂଯୁକ୍ତ ଥିଲେ। ଦିଲ୍ଲୀ ପୋଲିସର ଏହି କାର୍ଯ୍ୟ ସୁଟରଙ୍କ ଯୋଜନାକୁ ଭଣ୍ଡୁର କରିଦେଇଛି। କାରଣ ଆଗାମୀ ଦିନରେ ଏହି ସୁଟରମାନେ ବିଭିନ୍ନ ରାଜ୍ୟରେ ହତ୍ୟା, ଡକାୟତି ଏବଂ ଚୋରି ଘଟଣା ଘଟାଇବାକୁ ଯାଉଥିଲେ।

ପୁଲିସ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଏସିପି ଲଲିତ ମୋହନ ନେଗି ଏବଂ ଏସିପି ହୃଦୟ ଭୂଷଣଙ୍କ ନେତୃତ୍ୱରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଦ୍ୱାରା ଏହି ଅପରେସନ୍ କରାଯାଇଥିଲା। ଜେଲରେ ଥିବା ଲରେନ୍ସ ବିଶ୍ନୋଇ ଏବଂ ବିଦେଶରେ ରହୁଥିବା ଆତଙ୍କବାଦୀ ଗୋଲ୍ଡି ବରାର ଦିଲ୍ଲୀ-ଏନସିଆର ଏବଂ ଏହାର ଆଖପାଖ ରାଜ୍ୟରେ ଚୋରି, ହତ୍ୟା ଏବଂ ଅନ୍ୟାନ୍ୟ ଜଘନ୍ୟ ଅପରାଧ ଘଟାଉଛନ୍ତି। ଏଥିପାଇଁ ସେମାନେ ଏହି ସମସ୍ତ ଶାର୍ପ ସୁଟରଙ୍କ ସାହାଯ୍ୟ ନେଉଥିଲେ । ପୁଲିସ ପକ୍ଷରୁ ଗିରଫ ସୁଟରଙ୍କୁ ପଚରାଉଚରା କରାଯିବା ସହିତ ଅଧିକ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର