ମୁମ୍ବାଇ: ପ୍ରଥମେ ଯୁକ୍ତିତର୍କ, ତାପରେ ପ୍ରତିଶୋଧ | ବାଇକ ଚାଳକଙ୍କ ସହ ଯୁକ୍ତିତର୍କ ପରେ କିଭଳି ଅଟୋ ଚାଳକ ଜଣକ ପ୍ରତିଶୋଧ ନେଇଛନ୍ତି ତାହା ଏବେ ଭାଇରାଲ ହେବାରେ ଲାଗିଛି | ମୁମ୍ବାଇର ଗୋବନ୍ଦୀ ଅଞ୍ଚଳରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି | ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ବାଇକ ଆରୋହୀ ଅଟୋରିକ୍ସା ଡ୍ରାଇଭରଙ୍କ ସହ କୌଣସି କାରଣକୁ ନେଇ ଯୁକ୍ତିତର୍କ କରିଥିଲେ | ଆଉ ଯୁକ୍ତିତର୍କ ପରେ ବାଇକ ଚାଳକ ଜଣକ ନିଜ ବାଟରେ ଯାଉଥିବା ସମୟରେ ଅଟୋ ଚାଳକ ଜଣକ ତାଙ୍କୁ ଧକ୍କା ଦେଇଥିଲେ |

Advertisment

ଆଉ ବାଇକ ଚାଳକ ଜଣକ ରାସ୍ତାରେ ପଡିଯାଇଥିଲେ | ଏବାବଦରେ ସୋସିଆଲ ମିଡିଆରେ ଏକ ଭିଡିଓ ଘୁରିବୁଲିବା ପରେ ପୁଲିସ ପାଖରେ ଖବର ପହଞ୍ଚିଥିଲା | ଆଉ ପୁଲିସ ସମ୍ପୃକ୍ତ ଅଟୋ ଚାଳକକୁ ଗିରଫ କରିଛି | ପୁଲିସ କହିଛି ଯେ ସଲମାନ ସୟିଦ୍ ନାମକ ଅଟୋରିକ୍ସା ଡ୍ରାଇଭରଙ୍କୁ ଗୁରୁବାର ଦିନ ହତ୍ୟା ଉଦ୍ୟମ ଅଭିଯୋଗରେ ଗିରଫ କରାଯାଇଛି |


ଗତ ସପ୍ତାହରେ ତୀବ୍ର ଯୁକ୍ତିତର୍କ ପରେ କିଶୋର କରଡକ ନାମକ ବାଇକ ଚାଳକଙ୍କୁ ରାଫିକ୍ ନଗର ନିବାସୀ ୩୪ ବର୍ଷୀୟ ହତ୍ୟା ଉଦ୍ୟମ କରିଥିଲେ | ତେବେ କିଶୋର, ବାଇକରୁ ଖସିପଡିଥିବା ବେଳେ ଅଳ୍ପ ଆଘାତ ଲାଗିଛି | ଆଇପିସିର ଧାରା ୩୦୭ (ହତ୍ୟା ଉଦ୍ୟମ) ଏବଂ ୨୭୯ (ରାଗ ଏବଂ ଅବହେଳା ଚାଳନା) ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ କହିଛି |