ହାଇଦ୍ରାବାଦ୍: ତେଲେଙ୍ଗାନାର ହାଇଦ୍ରାବାଦ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ମାଧବୀ ଲତାଙ୍କୁ ଆଲିଙ୍ଗନ କରିଥିବା ଏଏସଆଇଙ୍କୁ ନିଲମ୍ବିତ କରାଯାଇଛି। ମାଧବୀ ଲତା ସୟଦାବାଦ ଅଞ୍ଚଳରେ ପ୍ରଚାର କରୁଥିଲେ। ଏହି ସମୟରେ ଡ୍ୟୁଟିରେ ଥିବା ମହିଳା ଏଏସଆଇ ପ୍ରଥମେ ତାଙ୍କ ସହ ହାତ ମିଳାଇବା ପରେ ତାଙ୍କୁ ଆଲିଙ୍ଗନ କରିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓକୁ ଦେଖିବା ପରେ ହାଇଦ୍ରାବାଦ ପୁଲିସ କମିଶନର କେ ଶ୍ରୀନିବାସ ରେଡ୍ଡୀ ଏଏସଆଇଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଚାର ସମୟରେ ମହିଳା ଏଏସଆଇଙ୍କୁ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଥିଲା।
ଭିଡିଓରେ ସେ ବିଜେପି ନେତାଙ୍କ ନିକଟକୁ ଆସୁଥିବା ନଜର ଆସିଛନ୍ତି। ଏହା ପରେ ସେ ହାତ ମିଳାଇବା ପରେ ମାଧବୀଙ୍କୁ ଆଲିଙ୍ଗନ କରୁଛନ୍ତି । ଅସଦୁଦ୍ଦିନ ଓୱାଇସିଙ୍କ ସମର୍ଥକ ଏବଂ ଅନ୍ୟାନ୍ୟ ୟୁଜରଙ୍କ ଦ୍ୱାରା ଏହି ଭିଡିଓ ଭାଇରାଲ ହୋଇଥିଲା। ଏହାପୂର୍ବରୁ ମସଜିଦ ଆଡକୁ ଧନୁତୀର ଚଳାଇବା ଅଭିଯୋଗରେ ମାଧବୀ ଲତାଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇଛି।
#BREAKING — Saidabad ASI (Assistant Sub Inspector of Police) - Umadevi has been suspended for hugging BJP candidate @Kompella_MLatha .
— Mister J. - مسٹر جے (@Angryman_J) April 22, 2024
Post #Ramnavmi shobha yatra a criminal cases have been registered against the MP candidate.#Hyderabadpic.twitter.com/UPl6KfKlt4
ହାଇଦ୍ରାବାଦର ପ୍ରଥମ ଲାନ୍ସର୍ ନିବାସୀ ଶେଖ ଇମ୍ରାନ ବେଗମ୍ ବଜାର ପୁଲିସ ଷ୍ଟେସନରେ ଅଭିଯୋଗ କରି ଗୁରୁତର ଅଭିଯୋଗ ଆଣିଥିଲେ। ଯାହା ପରେ ପୋଲିସ ଏକ ଏଫଆଇଆର ପଞ୍ଜିକରଣ କରିଥିଲା। ଅଭିଯୋଗ ହୋଇଛି ଯେ ଟିକେଟ୍ ପାଇବା ପରେ ମାଧବୀ ଲତା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଉପରେ ଆକ୍ରମଣ କରୁଛନ୍ତି।
ଏପ୍ରିଲ୍ ୧୭ରେ ରାମ ନବମୀ ଶୋଭାଯାତ୍ରାରେ ମାଧବୀ ଲତା ମସଜିଦ ଆଡକୁ ଇଶାରା କରିଥିଲେ। ଯାହାର ଭିଡିଓ ଭାଇରାଲ ହୋଇଥିଲା। ଏଥି ସହିତ ମାଧବୀ ଲତାଙ୍କ ତରଫରୁ କୁହାଯାଇଛି କିଛି ଲୋକ ତାଙ୍କ ନିର୍ବାଚନ ପ୍ରଚାରକୁ କ୍ଷତି ପହଞ୍ଚାଇବାକୁ ଚାହୁଁଛନ୍ତି। ସେମାନେ ଏହି ଭିଡିଓକୁ ଏଡିଟ୍ କରି ଭାଇରାଲ କରିଛନ୍ତି। ମାଧବୀ ଲତାଙ୍କୁ ନୋଟିସ ଜାରି କରାଯିବ ବୋଲି ପୁଲିସ କହିଛି।