ଭୋପାଳରେ ଅଭାବନୀୟ କାଣ୍ଡ, ଡ୍ୟୁଟିରୁ ଫେରୁଥିବା ଡାକ୍ତରଙ୍କୁ ପୁଲିସର ମାଡ଼

ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଏମ୍ସ ଭୋପାଳର ୨ ଜଣ ପିଜି ଡାକ୍ତର ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ବାଟରେ ସେମାନଙ୍କୁ ନିସ୍ତୁକ ମାଡ଼ ମାରିଛି ପୁଲିସ। ଡାକ୍ତର ୨ ଜଣ ସେମାନଙ୍କ ଆଇଡି କାର୍ଡ ଦେଖାଇଥିଲେ ମଧ୍ୟ ପୁଲିସ କିଛି ଶୁଣିନଥିଲା ଏବଂ ମନଇଛା ପ୍ରହାର କରିଥିଲା। ପୁଲିସ ମାଡ଼ରେ ଯୁବରାଜ ସିଂହ ନାମକ ଜଣେ ଡାକ୍ତରଙ୍କ ହାତ ଫ୍ରାକ୍‌ଚର ହୋଇଯାଇଥିବା ଜଣାପଡ଼ିଛି। ଏସ୍‌ପି ସାଇ କ୍ରୀଷ୍ଣା ଏସ୍‌ ଥୋଟା ଉକ୍ତ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ଡାକ୍ତର ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ୍‌ କରି ସେମାନଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ ଜଣାଇଥିଲେ। ସେମାନେ କହିଥିଲେ ଯେ, ଏମର୍ଜେନ୍ସି ଡ୍ୟୁଟି ସାରି ସେମାନେ ଘରକୁ ଫେରୁଥିବା ବେଳେ ବାଟରେ ‌ସେମାନଙ୍କୁ ପୁଲିସ ଅଟକାଇଥିଲା। ସେମାନେ ଆଇଡି କାର୍ଡ ଦେଖାଇଥିଲେ ସୁଦ୍ଧା ପୁଲିସ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲା ଏବଂ ସେମାନଙ୍କୁ ଲାଠିରେ ବାଡ଼େଇ ଥିଲା। କେତେକ ପୁଲିସ କର୍ମଚାରୀ ଚିକ୍ତାର କରି କହିଥିଲେ ଯେ, ଡାକ୍ତରମାନେ ବାହାରେ ବୁଲି କରୋନାକୁ ଅଧିକ ବଢ଼ାଉଛନ୍ତି।

ସମ୍ବନ୍ଧିତ ଖବର