ଛାତ୍ରୀଙ୍କୁ ହଇରାଣ କରୁଥିବା ରୋମିଓକୁ ଧରିବାକୁ ପରିବା ବିକିଲେ ପୁଲିସ

ଲକ୍ଷ୍ନୌ: ଛାତ୍ରୀଙ୍କୁ ଲଗାତାର ହଇରାଣ କରୁଥିବା ଯୁବକକୁ ଧରିବାକୁ ଅଭିନବ ଉଦ୍ୟମ କଲା ପୁଲିସ | ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଅଭିଯୁକ୍ତକୁ ଧରିବା ପାଇଁ ୟୁପି ପୁଲିସ ଏହାର ପୁରା ଗେଟଅପ୍ ବଦଳାଇ ଦେଇଥିଲା। ପୁଲିସ ଏପରି ପୋଷାକ ପିନ୍ଧିଥିଲା, ଯାହାକୁ ଅପରାଧୀମାନେ ମଧ୍ୟ କଳନା କରିପାରିନଥିଲେ | ବାସ୍ତବରେ ଲକ୍ଷ୍ନୌରେ ପନିପରିବା ବିକ୍ରେତା ସାଜି ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣେ ସ୍କୁଲ ଛାତ୍ରୀଙ୍କୁ ଲଗାତାର ହଇରାଣ କରିବା ସହ ତାଙ୍କର ପିଛା କରୁଥିଲା। ଏବାବଦରେ ଜାଣିବା ପରେ ପୁଲିସ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଥିଲା | ପୁଲିସ ପକ୍ଷରୁ ସ୍କୁଲ ନିକଟରେ ଏକ ପରିବା ଦୋକାନ ଖୋଲାଯାଇଥିଲା ଓ ସେଠାରେ ଜଣେ ବରିଷ୍ଠ ପୁଲିସ ଅଧିକାରୀ ଦୋକାନୀ ସାଜି ରହିଥିଲେ |

ଲକ୍ଷ୍ନୌ ପଶ୍ଚିମ ଜୋନର ଅତିରିକ୍ତ ଡିସିପି ଚିରଞ୍ଜୀବ ନାଥ ସିହ୍ନା କହିଛନ୍ତି, “ପ୍ରଥମେ ଆମେ ଛାତ୍ରୀଙ୍କୁ ସ୍କୁଲ ଯିବାକୁ ମନାଇଥିଲୁ ଏବଂ କହିଥିଲୁ ଯେ ଆମେ ତାଙ୍କ ସୁରକ୍ଷା ଯୋଗାଇଦେବୁ। ମଙ୍ଗଳବାର ଦିନ ଯେତେବେଳେ ଛାତ୍ରୀଜଣକ ସ୍କୁଲ ଯାଉଥିଲେ ସେତେବେଳେ ରୋମିଓ ଜଣକ ତାଙ୍କର ପିଛା କରିଥିଲେ | ଆଉ ରୋମିଓଙ୍କ ପିଛା କରିବାକୁ ଜଣେ ମହିଳା ପୁଲିସ ଅଫିସରଙ୍କୁ ନିୟୋଜିତ କରାଯାଇଥିଲା | ମହିଳା ପୁଲିସ ଅଧିକାରୀ ମୁହଁରେ କପଡା ବାନ୍ଧି ଯୁବକଙ୍କ ପିଛା କରିଥିଲେ | ଆଉ ଯୁବକ ଜଣକ ଯେତେବେଳେ ଛାତ୍ରୀଙ୍କୁ ଅଶ୍ଳୀଳ କମେଣ୍ଟ କରିଥିଲେ ସେତେବେଳେ ପୁଲିସ ତାଙ୍କୁ ମାଡି ବସିଥିଲା | ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ କହିବାନୁସାରେ, ୨୩ ବର୍ଷୀୟ ଦିବ୍ୟମ୍ ସିଂ କିଛି ଦିନ ଧରି ଛାତ୍ରୀଙ୍କୁ ହଇରାଣ କରୁଥିଲେ | ଛାତ୍ରୀଙ୍କ ବାପା କହିଛନ୍ତି, “ଯୁବକ ଜଣକ ଆମକୁ ଦୁର୍ବ୍ୟବହାର କରୁଥିଲା ଏବଂ ଆମକୁ ମାରିଦେବାକୁ ଧମକ ଦେଉଥିଲା । ଏବେ ଯୁବକକୁ ଗିରଫ କରାଯାଇଥିବାରୁ ଆଶ୍ବସ୍ତି ଲାଗୁଛି |

ସମ୍ବନ୍ଧିତ ଖବର