ତିରୁଅନନ୍ତପୁରମ୍ : କେରଳର କୋଚିରେ ଜଣେ ଟ୍ରାଫିକ୍ ପୁଲିସ ତାଙ୍କ ପ୍ରାତଃ ଭ୍ରମଣ ପାଇଁ ଗୋଟିଏ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ କରିଦେବା ଖବର ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ଅଭିଯୋଗ ହେବାପରେ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ସହକାରୀ ଟ୍ରାଫିକ ପୁଲିସ କମିସନର ବିନୋଦ ପିଲ୍ଲାଇ କ୍ବିଜ୍ ୱାକ୍ୱେରେ ମର୍ଣ୍ଣିଂ ୱାକ୍ କରନ୍ତି। ଏହି ରାସ୍ତାର କିଛି ଅଂଶ ଶିଶୁଙ୍କୁ ସାଇକେଲ୍ ଚଳାଇବାପାଇଁ ଏବଂ ରବିବାର ସକାଳ ୬-୭ ଟା ମଧ୍ୟରେ ସ୍କେଟିଂ ପାଇଁ ବନ୍ଦ କରାଯାଇଛି। କିନ୍ତୁ ପୁଲିସ ବାବୁ ଜଣଙ୍କ ସପ୍ତାହର ଅନ୍ୟ ଦିନ ମାନଙ୍କରେ ମଧ୍ୟ ତାଙ୍କ ମର୍ଣ୍ଣିଂ ୱାକ୍ ପାଇଁ ରାସ୍ତା ବନ୍ଦ ରଖିଛନ୍ତି। ଗତ ୩ ଦିନ ଧରି ସ୍ଥାନୀୟ ଲୋକମାନେ ସେମାନଙ୍କ ଦୈନନ୍ଦିନ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନର ହେବାରୁ ଅଭିଯୋଗ କରିଥିଲେ। ଫଳରେ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି।
ମର୍ଣ୍ଣିଂ ୱାକ୍ ପାଇଁ ରାସ୍ତାବନ୍ଦ କଲେ ପୁଲିସ ବାବୁ, ଜାରି ହେଲା କାରଣ ଦର୍ଶାଅ ନୋଟିସ୍
/sambad/media/post_attachments/wp-content/uploads/2022/06/kerala-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)