ନୂଆଦିଲ୍ଲୀ: ମହାକୁମ୍ଭ ପାଇଁ ଉତ୍ତରପ୍ରଦେଶର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପ୍ରୟାଗରାଜକୁ ସଂଯୋଗ କରୁଥିବା ୭ଟି ରାସ୍ତାରେ ଏବଂ ଆଖପାଖର ୮ଟି ଜିଲ୍ଲାକୁ ଯାତାୟାତ କରୁଥିବା ଯାନବାହାନ ଏବଂ ଲୋକଙ୍କ ଯାଞ୍ଚ ପାଇଁ ୧୦୨ଟି ପୁଲିସ ପୋଷ୍ଟ ସ୍ଥାପନା କରାଯାଇଛି।
ପ୍ରୟାଗରାଜର ସୁରକ୍ଷା ବ୍ୟବସ୍ଥା ପାଇଁ ମୋଟ ୧୦୨୬ ଜଣ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏଥିରେ ୭୧ ଜଣ ଇନ୍ସପେକ୍ଟର, ୨୩୪ ଜଣ ସବ-ଇନ୍ସପେକ୍ଟର, ୬୪୫ ଜଣ କନଷ୍ଟେବଳ ଏବଂ ହେଡ୍ କନଷ୍ଟେବଳ ଏବଂ ୭୬ ଜଣ ମହିଳା କନଷ୍ଟେବଳ ଅନ୍ତର୍ଭୁକ୍ତ ରହିଛନ୍ତି।
ଅଧିକପଢ଼ନ୍ତୁ:ସ୍ତ୍ରୀଙ୍କ ସହିତ ଝଗଡ଼ା କରି ସ୍ବାମୀ ନିଜ ଶରୀରରେ ନିଆଁ ଲଗାଇଲେ
ଆପଣ ଜାଣନ୍ତି ମହାକୁମ୍ଭରେ ଲୋକଙ୍କ ସୁରକ୍ଷା ପାଇଁ ଚଳିତଥର ଉତ୍ତରପ୍ରଦେଶ ପୁଲିସ ଡଙ୍ଗାରେ ଏକ ପୋଲିସ ପୋଷ୍ଟ ସ୍ଥାପନ କରିଛି, ଯାହାକୁ ଜଳ ପୁଲିସ ନାମ ଦିଆଯାଇଛି।
#WATCH | Uttar Pradesh police built a special floating police chowki to help devotees as the 45-day #Mahakumbh2025 begins with the auspicious Paush Purnima, today pic.twitter.com/1JE2tzQ8mH
— ANI (@ANI) January 13, 2025
ଜଳରେ ଯାତ୍ରା କରୁଥିବା ଏବଂ ସ୍ନାନ କରୁଥିବା ତୀର୍ଥଯାତ୍ରୀମାନଙ୍କୁ ତୁରନ୍ତ ସହାୟତା ଯୋଗାଇବା ଏବଂ ସୁରକ୍ଷା ବୃଦ୍ଧି କରିବା ପାଇଁ ଏହି ଭାସମାନ ପୋଷ୍ଟକୁ ଅସ୍ଥାୟୀ ଭାବରେ ସ୍ଥାପନ କରାଯାଇଛି। ଏହି ପୁଲିସ ଟିମକୁ ମୁଖ୍ୟତଃ ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ସକ୍ରିୟ ହୋଇ ଆଇନ ଶୃଙ୍ଖଳା ବଜାୟ ରଖିବାର ଦାୟିତ୍ୱ ଦିଆଯାଇଛି।
ଅଧିକପଢ଼ନ୍ତୁ:ମହାକୁମ୍ଭ ମେଳା: ୭୦୦୦କୋଟି ଖର୍ଚ୍ଚ କରି ଏତେ କୋଟି ଆୟ କରିବ ୟୁପି
ଅଧିକାରୀମାନେ ଏହି ଭାସମାନ ପୁଲିସ ପୋଷ୍ଟକୁ ନେଇ କହିଛନ୍ତି, ‘ଭକ୍ତମାନଙ୍କ ସୁରକ୍ଷା ଏବଂ ସୁବିଧା ସୁନିଶ୍ଚିତ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା। ପ୍ରଶିକ୍ଷିତ କର୍ମଚାରୀମାନଙ୍କୁ ଭାସମାନ ଆଉଟପୋଷ୍ଟରେ ନିୟୋଜିତ କରାଯାଇଛି।