ଭାରୀ ତୁଷାରପାତରେ ମଧ୍ୟ ଘର ଉପରେ ଜମୁ ନ ଥିଲା ବରଫ,କାରଣ ଜାଣିବା ପାଇଁ ଭିତରକୁ ଯିବା ପରେ ସାମ୍ନାକୁ ଆସିଥିଲା ଅପରାଧ

ନୂଆଦିଲ୍ଲୀ : ହାଡ଼ ଭଙ୍ଗା ଶୀତରେ ପାଖରେ ଥିବା ସବୁ ଘରର ଛାତ ଉପରେ ବରଫ ଜମି ଥିବା ବେଳେ ଗୋଟିଏ ଘର ଉପରେ ବରଫ କାହିଁକି ଜମୁ ନାହିଁ ବୋଲି ପୁଲିସ ମନରେ ଆସିଥିବା ପ୍ରଶ୍ନ ଏକ ବଡ଼ ଅପରାଧର ଖୁଲାସା କରିଥିଲା । ଏହି ଘଟଣାଟି ଘଟିଛି ନେଦରଲ୍ୟାଣ୍ଡରେ । ନେଦରଲ୍ୟାଣ୍ଡରେ ଥିବା ଏକ ଘରର ଛାତ ଉପରେ ବରଫ ଜମୁ ନଥିବାରୁ ସ୍ଥାନୀୟ ପୁଲିସ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ହାଡ଼ ଭଙ୍ଗା ଶୀତରେ ଏପରି ହେବା କିପରି ସମ୍ଭବ ବୋଲି ପୁଲିସ ମନରେ ସନ୍ଦେହ ଆସିବାରୁ ତଦନ୍ତ ପାଇଁ ଘର ଭିତରକୁ ଯାଇଥିଲା ପୁଲିସ । ଭିତରକୁ ଯିବା ପରେ ଘର ଭିତରେ ଗଞ୍ଜେଇ ଚାଷ କରାଯାଇଥିବା ପୁଲିସ ଦେଖିବାକୁ ପାଇଥିଲା ।

tulum.smsender.co

ଗଞ୍ଜେଇ ଚାଷ ପାଇଁ ଘରେ ରହୁଥିବା ଲୋକମାନେ ଘର ଭିତରେ ହିଟ୍‌ ଲ୍ୟାମ୍ପ ଲଗାଇଥିବା ଦେଖିବାକୁ ପାଇଥିଲେ ପୁଲିସ । ବାହାରେ ଥଣ୍ଡା ଅଧିକ ହେଉଥିବାରୁ ଗଞ୍ଜେଇ ଗଛକୁ ବଞ୍ଚାଇ ରଖିବା ପାଇ ଘର ଭିତରେ ଅନେକ ହିଟ୍‌ ଲ୍ୟାମ୍ପ ଲଗା ଯାଇଥିଲା । ଯାହାର ପ୍ରଭାବରେ ଘର ଗରମ ରହୁଥିବାରୁ ଘରର ଛାତ ଉପରେ ବରଫ ଜମୁ ନଥିଲା ।

ସମ୍ବନ୍ଧିତ ଖବର