ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଜଣେ ପୁଲିସ୍ ଅଧିକାରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ ହୋଇଛି। ଏହି ଭିଡିଓରେ ପୁଲିସ୍ ଅଧିକାରୀ ଜଣକ ବର୍ଦି ପିନ୍ଧି ଶାରୀରିକ ସଂପର୍କ ସ୍ଥାପନ କରୁଥିବା ଦେଖିବାକୁ ମିଳିଛି। ଭିଡିଓଟି ଜର୍ଜିୟାର ବୋଲି ଜାଣିବାକୁ ମିଳିଛି। ତେବେ, ଏହି ଭିଡିଓକୁ ନେଇ କୌଣସି ତଦନ୍ତ ଆରମ୍ଭ ହେବା ପୂର୍ବରୁ ହିଁ ପୁଲିସ୍ ଅଧିକାରୀ ଜଣକ ଇସ୍ତଫା ଦେଇ ଦେଇଛନ୍ତି। ଅଧିକାରୀ ଜଣକ ହେଉଛନ୍ତି ବେନ୍ ଥମ୍ପ୍ସେନ୍।
ଏହି ଭିଡିଓଟିକୁ ଜଣେ ଟିକ୍ଟକ୍ ବ୍ୟବହାରକାରୀ ପୋଷ୍ଟ୍ କରିବା ପରେ ଏହା ଭାଇରାଲ୍ ହୋଇଥିଲା। ଭିଡିଓଟିର ଏବେ ସୁଦ୍ଧା ୧୫ ମିଲିୟନ୍ରୁ ଅଧିକ ଭିୟୁ ହୋଇ ସାରିଲାଣି। ମାର୍ଚ ୨୦ ତାରିଖରେ ଭିଡିଓଟି ଭାଇରାଲ୍ ହେବା ପରେ ମିଲେନ୍ ପୁଲିସ୍ର ଅଧିକାରୀ ବେନ୍ ଥମ୍ପ୍ସେନ୍ ନିଜ ଆଡୁ ଇସ୍ତଫା ଦେଇ ଦେଇଛନ୍ତି।
ଭିଡିଓଟି ଅଗଷ୍ଟା ସହରର ହୋଇଥିବା ବେଳେ ଏହାକୁ ଏକ ଟାୱାର ଉପରୁ କେହି ସୁଟିଂ କରିଥିବା ଜାଣିବାକୁ ମିଳିଛି। ଏକ କଳା ରଂଗର କାର୍ ପାଖରେ ଛିଡ଼ା ହୋଇ ପୁଲିସ୍ ଜଣକ ଏପରି କାଣ୍ଡ କରୁଥିବା ଭିଡିଓରେ ଦୃଶ୍ୟମାନ ହୋଇଛି। ଏହି ଘଟଣାକୁ ନେଇ ମିଲେନ ପୁଲିସ୍ର ବରିଷ୍ଠ ଅଧିକାରୀ ଡ୍ବାୟେନେ ହେରିଂଗଟନ ଟେଲିଭିଜନରେ ନିଜର ସାକ୍ଷାତ୍କାର ଦେଇ କହିଛନ୍ତି କି, ‘ଏ ସଂପର୍କରେ ଜାଣିବା ପରେ ମୁଁ ଅଭିଯୁକ୍ତ ଅଧିକାରୀ ବେନ୍ ଥମ୍ପ୍ସେନ୍ଙ୍କୁ ଭେଟିବାକୁ ଚାହୁଁଥିଲି। ମାତ୍ର ମୁଁ ଭେଟିବା ପୂର୍ବରୁ ହିଁ ବେନ୍ ଇସ୍ତଫା ଦେଇ ସାରିଥିଲେ।’