ବିକାଶ ଦୁବେକୁ କାର୍‌ରେ ନେଉଥିବା ପୁଲିସ କନଷ୍ଟେବଳ କରୋନା ସଂକ୍ରମିତ

ଉଜ୍ଜୟିନୀ: ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ କାର୍‌ରେ ସାଥୀ‌ରେ ଧରି ଉଜ୍ଜୟିନୀରୁ ଉତ୍ତର ପ୍ରଦେଶ ନେଉଥିବା ଜଣେ ପୁଲିସ କନ୍‌ଷ୍ଟେବଳ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଗତକାଲି ସମ୍ପୃକ୍ତ ପୁଲିସ କନଷ୍ଟେବଳଙ୍କର କୋଭିଡ ଟେଷ୍ଟ୍‌ ରିପୋର୍ଟ ପଜିଟିଭ ଆସିଥିଲା। ଆଜି ସରକାରୀ ଭାବେ ଏ ସଂକ୍ରାନ୍ତ ତଥ୍ୟା ପ୍ରକାଶ କରାଯାଇଛି। କୋଭିଡ-୧୯ ସଂକ୍ରମିତ କନଷ୍ଟେବଳଙ୍କୁ ସ୍ଥାନୀୟ ମେଡ଼ିକାଲ କଲେଜ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଛି ବୋଲି ପ୍ରିନ୍‌ସପାଲ ଡାକ୍ତର ଆର୍‌.ବି. କମଲ ସୂଚନା ଦେଇଛନ୍ତି। ତେବେ ବିକାଶ ଦୁବେ ସାଥୀରେ ଥିବା ଅନ୍ୟାନ୍ୟ ପୁଲିସ ଅଧିକାରୀଙ୍କ କୋଭିଡ-୧୯ ନେଗେଟିଭ ଆସିଛି ବୋଲି କମଲ କହିଛନ୍ତି। ସୂଚନାଯୋଗ୍ୟ, ଗତ ଗତ ଶୁକ୍ରବାର ସକାଳେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଉଜ୍ଜୟିନୀରୁ ଉତ୍ତରପ୍ରଦେଶକୁ ନେଉଥିବାବେଳେ କାନପୁରଠାରେ ତାକୁ ଏନ୍‌କାଉଣ୍ଟର କରି ପୁଲିସ ମାରି ଦେଇଥିଲା। ସେ ଖସି ପଳାଇବାକୁ ଚେଷ୍ଟା କରୁଥିବାବେଳେ ପୁଲିସ ଏନ୍‌କାଉଣ୍ଟର କରିଥିଲା।

ସମ୍ବନ୍ଧିତ ଖବର