ସାଧାରଣତନ୍ତ୍ର ଦିବସ ପାଳନ ବେଳେ ନିଜକୁ ଗୁଳି ମାରି ଆତ୍ମହତ୍ୟା କଲେ ପୁଲିସ କନେଷ୍ଟବଳ

ଲୁଧିୟାନା : ଘରୋଇ କଳହକୁ କେନ୍ଦ୍ର କରି ଜଣେ ପୁଲିସ କନେଷ୍ଟବଳ ସର୍ବସମ୍ମୁଖରେ ଆତ୍ମହତ୍ୟା କରିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଲୁଧିୟାନାଠାରୁ ୪୫ କି.ମି ଦୂର ଜଗ୍‌ରାଓରେ ଥିବା ସରକାରୀ ବରିଷ୍ଠ ମାଧ୍ୟମିକ ବିଦ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଥିବା ବେଳେ ଏହି ଘଟଣା ଘଟିଥିବା ଜଣା ପଡ଼ିଛି । ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଥିବା ସମୟରେ ପୁଲିସ କନେଷ୍ଟବଳ ମନ୍‌ଜିତ୍‌ ସିଂ ଏକେ-୪୭ ରାଇଫଲ୍‌କୁ ନିଜ ମୁଣ୍ଡରେ ଲଗାଇ ଗୁଳି କରି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ମନ୍‌ଜିତ୍‌ ସିଂଙ୍କୁ ଜଗ୍‌ରାଓ ସିଟି ଷ୍ଟେସନ ହାଉସ୍‌ ଅଫିସରଙ୍କର ଗନ୍‌ମ୍ୟାନ୍‌ ଭାବେ କାମ କରୁଥିଲେ ବୋଲି ଜଣା ପଡ଼ିଛି । ଘରୋଇ କଳହ ପାଇଁ ସେ ଏପରି କରିଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଥିବା ବେଳେ ଅଧିକ ସୂଚନା ପାଇଁ ତଦନ୍ତ ଜାରି ରଖିଛି ପୁଲିସ । ଏହା ସହ ଶବ ବ୍ୟବଚ୍ଛଦ ପାଇଁ ମୃତ ଦେହକୁ ସିଭିଲ ହସ୍ପିଟାଲ ପଠାଇଛି ପୁଲିସ ।

ସମ୍ବନ୍ଧିତ ଖବର