ଗାନ୍ଧିନଗର: କରୋନା ପରେ ଅନଲାଇନ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟ ଶୁଣାଣି ଆରମ୍ଭ କରିଛନ୍ତି। ଏଭଳି ପରିସ୍ଥିତିରେ ଗୁଜୁରାଟ ହାଇକୋର୍ଟ ଜଣେ ପୁଲିସ କର୍ମଚାରୀଙ୍କୁ ତୀବ୍ର ନିନ୍ଦା କରିଛନ୍ତି। ବାସ୍ତବରେ ପୁଲିସ ଅଧିକାରୀମାନେ ଶୁଣାଣି ସମୟରେ କୋକାକୋଲା ପିଉଥିବା ଦେଖିବାକୁ ମିଳିଥିଲା। ଏହି ଶୁଣାଣିରେ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରି ପୁଲିସ ଅଧିକାରୀଙ୍କୁ ତାଗିଦ କରିଥିଲେ । କେବଳ ଏତିକି ନୁହେଁ ବାର୍ ଆସୋସିଏସନରେ ୧୦୦ କ୍ୟାନ୍ କୋକାକୋଲା ବଣ୍ଟନ କରିବାକୁ ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସୂଚନା ମୁତାବକ ଗୁଜୁରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଅରବିନ୍ଦ କୁମାରଙ୍କ ଅଧ୍ୟକ୍ଷତାରେ ଏକ ମାମଲାର ଅନଲାଇନ ଶୁଣାଣି ଚାଲିଥିବାବେଳେ ଦୁଇ ପକ୍ଷର ଓକିଲଙ୍କ ସହ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ |
ତେବେ ଶୁଣାଣି ଆରମ୍ଭ ହେବା ମାତ୍ରେ ପୁଲିସ କର୍ମଚାରୀ ଥଣ୍ଡା ପାନୀୟ ପିଇଥିବାର ନଜର ଆସିଥିଲେ। ଏହା ପରେ ବିଚାରପତି ସେହି ଅଧିକାରୀଙ୍କୁ ତାଗିଦ କରିଥିଲେ | ଏହି ପୁଲିସ ଅଧିକାରୀ କିଏ ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଥିଲେ । ଏହା ପରେ ଅତିରିକ୍ତ ସରକାରୀ ଆଡଭୋକେଟ୍ (ଏଜିପି) ଡିଏମ୍ ଦେବନାନି ପୁଲିସ ତରଫରୁ କ୍ଷମା ପ୍ରାର୍ଥନା କରିଥିଲେ । ତେବେ ପ୍ରଧାନ ବିଚାରପତି କହିଥିଲେ ଏହା ଜଣେ ଅଧିକାରୀଙ୍କ କାମ କି?
ଯଦି ସେ କୋର୍ଟରେ ଥାଆନ୍ତେ, ତେବେ ସେ କୋକାକୋଲା ଆଣିଥାନ୍ତେ କି? ଏହା ପରେ ପ୍ରଧାନ ବିଚାରପତି ଏଜିପି ଦେବନାନୀଙ୍କୁ ବାର୍ ଆସୋସିଏସନରେ ଥିବା ସମସ୍ତଙ୍କୁ ୧୦୦ଟି କୋକାକୋଲା କ୍ୟାନ୍ ବଣ୍ଟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଛନ୍ତି ଯେ ଯଦି ପୁଲିସ ଅଧିକାରୀ ବାର ଆସୋସିଏସନରେ ସମସ୍ତଙ୍କୁ ୧୦୦ କ୍ୟାନ୍ କୋକାକୋଲା ବଣ୍ଟନ ନକରନ୍ତି, ତେବେ ଆମେ ମୁଖ୍ୟ ସଚିବଙ୍କୁ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିବୁ।