ଭୋପାଳ: କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାବେଳେ ମଧ୍ୟପ୍ରଦେଶରେ ପୁଲିସ କଟକଣା ଲାଗୁ ହୋଇଛି | ମଧ୍ୟପ୍ରଦେଶର ଶିବପୁରୀରେ ସପ୍ତାହର ଦୁଇ ଦିନ ସଟଡାଉନ ଘୋଷଣା କରାଯାଇଛି | ତେବେ ଏହି କଟକଣାକୁ ମାନିବାକୁ କିଛି ଲୋକ ପ୍ରସ୍ତୁତ ନ ଥିବାବେଳେ ଆଜି ପୁଲିସ ଏମାନଙ୍କୁ ସାବାଡ଼ କରିଛି | ମିଳିଥିବା ସୂଚନା ମୁତାବକ ଶିବପୁରୀରେ ୫୦ରୁ ଅଧିକ ଲୋକ ଗୁଟଖା କିଣିବାକୁ ଏକ ଦୋକାନ ଆଗରେ ରୁଣ୍ଡ ହୋଇଥିଲେ |
ତେବେ ଏମାନେ ମାସ୍କ ପିନ୍ଧି ନଥିଲେ କିମ୍ବା ସାମାଜିକ ଦୂରତା ରକ୍ଷା କରିନଥିଲେ | ତେବେ ଶିବପୁରୀର ଶଙ୍କର କଲୋନୀର ଲୋକମାନେ ଏଭଳି ଗହଳି କରିଥିବାବେଳେ ସ୍ଥାନୀୟ ଲୋକ ପୁଲିସକୁ ଏବାବଦରେ ସୂଚନା ଦେଇଥିଲେ | ଆଉ ଏହା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୁଲିସ | ଯେତେବେଳେ ବହୁ ସଂଖ୍ୟାରେ ଗୁଟଖା କିଣିବାକୁ ଆସିଥିବା ଲୋକଙ୍କୁ ସ୍ଥାନ ଛାଡି ଯିବାକୁ ଚେତାବନୀ ଦେଇଥିଲେ ବି ଲୋକ ମାନି ନଥିଲେ |
photo-aajtakଆଉ ଏହା ପରେ ପୁଲିସ ଭିଡ ନିୟନ୍ତ୍ରଣ କରିବାକୁ ଲାଠିଚାଳନା କରିଥିଲା | ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/bgg.png)