ଆଗ୍ରା: ଉତ୍ତରପ୍ରଦେଶର ମଥୁରା ଜିଲ୍ଳା ଅନ୍ତର୍ଗତ ମୋହନପୁରରେ ଆଜି ପୁଲିସ-ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ଜଣେ ୮ ବର୍ଷର ନିରୀହ ଶିଶୁ ବଳିପଡ଼ିବା ଘଟଣା ଆଲୋଡ଼ନ ଆଣିଛି। ମାଧବ ଭରଦ୍ୱାଜ ନାମକ ଏହି ଶିଶୁଟି ନିଜ ଘର ବାହାରେ ସାଙ୍ଗମାନଙ୍କ ସହ ଖେଳୁଥିଲା। ଏତିକି ବେଳେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ମୋହନପୁର ପଡ଼ିଆ ପାଖରେ ଲୁଚି ରହିଥିବା ଖବର ପାଇ ପୁଲିସ ତା’କୁ ଧରିବା ଲାଗି ଜାଲ ବିଛାଇଥିଲା। ପ୍ରଥମେ ପୁଲିସ ଉକ୍ତ ଅପରାଧୀକୁ ଆତ୍ମସମର୍ପଣ କରିବାକୁ କହିଥିଲା। ମାତ୍ର ସେ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରିବାରୁ ପୁଲିସ ଗୁଳି ଚଳାଇଥିଲା। ଉକ୍ତ ଅପରାଧୀ ମଧ୍ୟ ପୁଲିସ ଉପରକୁ ଗୁଳି ଚଳାଇଥିଲା। ଉଭୟ ପକ୍ଷ ମଧ୍ୟରେ ଗୋଡ଼ାଗୋଡ଼ି ହୋଇ ଗୁଳିବିନିମୟ ଚାଲିଥିବା ବେଳେ ଦାଣ୍ଡରେ ଖେଳୁଥିବା ମାଧବ ଦେହରେ ଗୋଟିଏ ଗୁଳି ବାଜିଥିଲା। ତା’କୁ ତୁରନ୍ତ ସ୍ଥାନୀୟ ଏକ ମେଡିକାଲକୁ ନିଆଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ କିଛି ସମୟ ପରେ ସେ ଆଖି ବୁଜିଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।
ବଳି ପଡ଼ିଲା ନିରୀହ ଶିଶୁ
ପୁଲିସ-ଅପରାଧୀ ଗୁଳି ବିନିମୟ
/sambad/media/post_attachments/wp-content/uploads/2018/01/Master-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)