ଲକ୍ଷ୍ନୌ: ବରେଲୀରେ ନମାଜ ପାଠ ପରେ ଗଣ୍ଡଗୋଳ ପରିସ୍ଥିତି । ‘ଆଇ ଲଭ ମହମ୍ମଦ’ ପୋଷ୍ଟର ବିବାଦକୁ ନେଇ ହଙ୍ଗାମା । ରାସ୍ତାରେ ଉତ୍ତେଜନା ମୂଳକ ପରିସ୍ଥିତି । ପୋଷ୍ଟର ବିବାଦକୁ ନେଇ ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ବୁଝାଇବାକୁ ଚେଷ୍ଟା କରିଥିଲା । ମାତ୍ର ଭିଡ ଅସମ୍ଭାଳ ହେବାରୁ ଏବଂ ବିରୋଧ ପ୍ରଦର୍ଶନକାରୀଙ୍କ ବିଶୃଙ୍ଖଳା ଚରମ ସୀମାରେ ପହଞ୍ଚିବାରୁ ବାଧ୍ୟ ହୋଇ ପୋଲିସ ଭିଡ଼ ନିୟନ୍ତ୍ରଣ ପାଇଁ ଲାଠି ଚାର୍ଜ କରିବାକୁ ବାଧ୍ଯ ହୋଇଥିଲା । ଆଉ ରାସ୍ତାରେ ଗୋଡେଇ ଗୋଡେଇ ପିଟିଥିଲା । ତେବେ ପୋଲିସର ଲାଠି ଚାର୍ଜ ଦେଖି ବିକ୍ଷୋଭକାରୀମାନେ ପଛରମାଡ଼ କରିଥିଲେ । ଉତ୍ତେଜନା ମୂଳକ ପରିସ୍ଥିତି ଉପୁଜିବା ପରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯିବ ସହ ଦୋକାନ ବଜାର ବନ୍ଦ କରାଯାଇଛି ।
#WATCH | Visuals from the 'I Love Mohammad' protests in Bareilly, UP, after Police deployed lathi charge as protestors pelted stones during the protests after the Friday prayers. pic.twitter.com/3SAb9HFLug
— ANI (@ANI) September 26, 2025
ତେବେ ଖବର ମୁତାବକ ଶୁକ୍ରବାର ପ୍ରାର୍ଥନା ପରେ ‘ଆଇ ଲଭ ମହମ୍ମଦ’ ପୋଷ୍ଟର ବିବାଦକୁ ନେଇ ମୁସଲମାନ ସମାଜର କିଛି ଲୋକ ବିରୋଧ ପ୍ରଦର୍ଶନ କରିଥିଲେ । ଶତାଧିକ ଲୋକ ପୋଷ୍ଟର ଏବଂ ବ୍ୟାନର ଧରି ରାସ୍ତା ଉପରକୁ ମାଡି ଆସିଥିଲେ ଯାହାକୁ ଅଟକାଇବାକୁ ପୋଲିସ ପ୍ରୟାସ କରିଥିଲା । କୁହାଯାଉଛି କି ‘ଆଇ ଲଭ ମହମ୍ମଦ’ ପୋଷ୍ଟରକୁ ବିଭିନ୍ନ ସ୍ଥାନରେ, ଗାଡ଼ି ମୋଟରରେ ମରାଯିବା ପରେ ମୁସଲମାନଙ୍କର ଗୋଟିଏ ଗୋଷ୍ଠୀ ଏହାକୁ ବିରୋଧ କରିଛି । ପୋଷ୍ଟର ଚିରିଯିବା ପରେ ଏଠି ସେଠି ତଳେ ପଡ଼ିବ ଆଉ ଲୋକେ ତାକୁ ମାଡ଼ି ତା ଉପରେ ଚାଲିବେ । ଯାହା ଦ୍ବାର ଏହା ମହମ୍ମଦଙ୍କ ପ୍ରତି ଅପମାନ ହେବ ବୋଲି ଦର୍ଶାଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
#WATCH | UP | Protestors detained during 'I love Mohammad' protest in Bareilly today brought to police station by police pic.twitter.com/OLIMHwWahh
— ANI (@ANI) September 26, 2025
ତେବେ ହିଂସାକାଣ୍ଡ ନେଇ ଆଇଜି ଅଜୟ ସାହାଣୀ କହିଛନ୍ତି- ଆଜି ସକାଳ ଠାରୁ ପୋଲିସ ନିରନ୍ତର ଭାବେ ଲୋକଙ୍କ ସହିତ କଥାବାର୍ତ୍ତା କରି ଆସୁଥିଲା। ସେମାନଙ୍କୁ ଶାନ୍ତିରେ ପ୍ରାର୍ଥନା କରି ଘରକୁ ଯିବାକୁ ବି କୁହାଯାଇଥିଲା। ୯୫ ପ୍ରତିଶତ ଲୋକ ଶାନ୍ତିରେ ପ୍ରାର୍ଥନା କରି ଘରକୁ ଫେରିଗଲେ । କିନ୍ତୁ ହଠାତ୍ କିଛି ଦୁର୍ବୃତ୍ତ ଆସି ପଥର ଫିଙ୍ଗିଥିଲେ ଏବଂ ଗୁଳି ଚଳାଇବା ଆରମ୍ଭ କଲେ ।
#WATCH | Police deploy lathi charge as protestors pelt stones in Bareilly, UP, during the protests after the Friday prayers.
— ANI (@ANI) September 26, 2025
Protestors gathered outside Ala Hazrat Dargah & IMC chief Maulana Tauqeer Raza Khan's house, holding 'I Love Mohammad' placards. Heavy security is… pic.twitter.com/jm7bdvDfiR
ପୋଲିସ ପହଞ୍ଚି ଭିଡ ନିୟନ୍ତ୍ରଣ ପାଇଁ ଚେଷ୍ଟା କରିବା ସହ କିଛି ଲୋକଙ୍କୁ ଗିରଫ କରିଛି । ଏହି ଘଟଣା ସହରର ୩ରୁ ୪ଟି ସ୍ଥାନରେ ଘଟିଛି । ହିଂସାକାଣ୍ଡରେ ୧୦ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏମିତି ଘଟଣା ଘଟିବ ବୋଲି ପୂର୍ବରୁ ଷଡ଼ଯନ୍ତ୍ର କରାଯଇଥିଲା । ସେଥିପାଇଁ ଏତେ ଲୋକ ହଠାତ୍ ଏକାଠି ହୋଇଗଲେ । ଏପରି ଏକ ସମାବେଶ ପାଇଁ କୌଣସି ଅନୁମତି ଆଗରୁ ଦିଆ ଯାଇନଥିଲା ।
#WATCH | Bareilly, UP | Police conduct flag march after protest by a group of people who gathered outside Ala Hazrat Dargah & IMC chief Maulana Tauqeer Raza Khan's house, holding 'I Love Mohammad' placards. The protestors pelted stones during the protests after the Friday… pic.twitter.com/Vv9ciiN28Q
— ANI (@ANI) September 26, 2025
ସେପଟେ ଉକ୍ତ ଘଟଣା ପରେ ମଧ୍ଯପ୍ରଦେଶର ଭୋପାଲରେ ଯୁବପିଢି ‘ଆଇ ଲଭ ମହମ୍ମଦ’ ଷ୍ଟିକରକୁ ନିଜ ନିଜ ଗାଡିରେ ଲଗାଇ ଏକ ରାଲି କରିଥିବା ଦେଖିବାକୁ ମିଳିଛି ।
#WATCH | Madhya Pradesh | Muslim youths in Bhopal paste 'I Love Muhammad' stickers on vehicles and people's clothes outside the Taj-ul-Masajid, in support of the protests that broke out earlier today in Bareilly, UP. pic.twitter.com/gC1iJi2NBF
— ANI (@ANI) September 26, 2025