ଅମୃତପାଲ୍‌ର‌ ଟେର ପାଉନି ପୁଲିସ: ପତ୍ନୀ ଓ ମା’ଙ୍କୁ ଜେରା, ଖସିଯିବା ପୂର୍ବରୁ ଗୁରୁଦ୍ବାରରେ ପଶିଥିଲା

ଅମୃତସର: ପଳାତକ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ତଥା ‘ୱାରିସ ପଂଜାବ ଦେ’ ମୁଖ୍ୟ ଅମୃତପାଲ ସିଂହ ଏଯାଏଁ ଧରାପଡ଼ିନାହିଁ। ୫ ଦିନ ବିତିଯାଇଥିଲେ ବି ପୁଲିସ ଅମୃତପାଲର ଟେର ପାଉନି। ଅମୃତପାଲଙ୍କ ପୈତୃକ ଗ୍ରାମ ଜଲ୍ଲୁପୁର ଖେଡ଼ାରେ ଆଜି ତାଙ୍କ ପତ୍ନୀ କିରଣଦୀପ କୌର ଓ ମା’ ବଲୱିନ୍ଦର କୌରଙ୍କୁ ପୁଲିସ ଜେରା କରୁଛି। ବରିଷ୍ଠ ଏସ୍‌ପି ସତିନ୍ଦର ସିଂହ ଏହି ଜେରାକୁ ଏକ ରୁଟିନ୍‌ ବିଷୟ ବୋଲି କହିଛନ୍ତି। ପୁଲିସ ଟିମ୍‌ ଅମୃତପାଲ୍‌ର ଘରେ ଆଜି ପ୍ରାୟ ଘଣ୍ଟାଏ ରହିଥିଲେ। ମିଳିଥିବା ସୂଚନାନୁଯାୟୀ ମହିଳା ପୁଲିସ ଅଫିସର୍‌ ଅମୃତପାଲ ସିଂହଙ୍କ ମା’ ଏବଂ ପତ୍ନୀଙ୍କ ସହ କଥା ହୋଇଥିଲେ।

ପତ୍ନୀ ଓ ମା’ଙ୍କୁ ଜେରା
ଖସିଯିବା ପୂର୍ବରୁ ଗୁରୁଦ୍ବାରରେ ପଶିଥିଲା
ବନ୍ଧୁକ ମୁନରେ ଖାଦ୍ୟ, ବସ୍ତ୍ର ଦାବି କରିଥିଲା
ଅମୃତପାଲ ବ୍ୟବହାର କରିଥିବା ବାଇକ୍‌ ଜବତ

ଉଲ୍ଲେଖଯୋଗ୍ୟ, ଅମୃତପାଲ ମାର୍ଚ୍ଚ ୧୮ ତାରିଖରେ ପୁଲିସ ହାତରୁ ଖସି ଯିବାପରେ ଜଲନ୍ଧରର ଗୁରୁଦ୍ବାର ନିକଟରେ ବନ୍ଧୁକ ମୁନରେ ଲୋକଙ୍କଠାରୁ ଖାଦ୍ୟ ଓ ପୋଷାକ ମାଗିଥିଲା। ଅମୃତପାଲ ତା’ ସହଯୋଗୀମାନଙ୍କ ସହ ଏକ ଗୁରୁଦ୍ବାର ଯାଇଥିଲା ଏବଂ ‌ସେଠାରେ ପ୍ରାୟ ଘଣ୍ଟାଏ ରହିଥିଲା। ଏହି ଗୁରୁଦ୍ବାରରେ ସେ ଲୋକଙ୍କଠାରୁ ଖାଦ୍ୟ ଏବଂ ପୋଷାକ ଦାବି କରିଥିଲା। ଇତିମଧ୍ୟରେ ପଂଜାବରୁ ଖସିଯିବା ପାଇଁ ଅମୃତପାଲ ଯେଉଁ ବାଇକ୍‌ ବ୍ୟବହାର କରିଥିଲା ପୁଲିସ ଆଜି ସେହ‌ି ବାଇକ୍‌ ଜବତ କରିଛି। ଜଲନ୍ଧରଠାରୁ ୪୫ କିମି ଦୂରରେ ଅମୃତପାଲର ବାଇକ୍‌ ଜବତ କରାଯାଇଛି। ଇତିମଧ୍ୟରେ କଂଗ୍ରେସ ପଂଜାବରେ ଆ‌ଇନ ଶୃଙ୍ଖଳା ସ୍ଥିତି ପ୍ରସଙ୍ଗରେ ଆଜି ରାଜ୍ୟ ବିଧାନସଭାରେ ଆଲୋଚନା ପାଇଁ ଦାବି କରିବା ସହ ଆପ୍‌ ସରକାରକୁ ଘେରିଛି। ଅନ୍ୟପକ୍ଷରେ ଅକାଳୀ ଦଳ ପୁଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛି।

ସମ୍ବନ୍ଧିତ ଖବର