ଜୟପୁର(ରାଜସ୍ଥାନ) : ଗୋଟାଏ ଘରେ ୪୫ଦିନ ବନ୍ଧା ହୋଇ ରହିଥିବା ଯୁବକକୁ ମୁକୁଳାଇବାରେ ସଫଳ ହୋଇଛି ରାଜସ୍ଥାନ ପୁଲିସ । ଖାପ୍ ପଞ୍ଚୟତର ନିର୍ଦ୍ଦେଶ କ୍ରମେ ଜଣେ ଯୁବକଙ୍କୁ ୪୫ଦିନ ହେଲା ବନ୍ଧକ ରଖା ଯାଇଥିବାର ଖବର ଏକ ମାନବ ଅଧିକାର ସଂଗଠନ ପୁଲିସକୁ ଦେବା ପରେ ପୁଲିସ ପରାଉ ଗ୍ରାମରେ ପହଞ୍ଚି ପୀଡ଼ିତଙ୍କୁ ମୁକ୍ତ କରିଥିଲା ।
/sambad/media/post_attachments/wp-content/uploads/2018/12/chained_man_1545719185_725x725-1-291x300.jpg)
ସୂଚନା ମୁତବକ, ଦୁଇ ମାସ ତଳେ ପରାଉ ଗ୍ରାମରେ ରହୁଥିବା ମନୋହର ଜଣେ ବିବାହିତ ମହିଳାଙ୍କ ସହ ସଂପର୍କ ଯୋଡ଼ି ତାଙ୍କୁ ନେଇ ମୁମ୍ବାଇ ଚାଲି ଯାଇଥିଲେ । କିନ୍ତୁ ସେଠାରୁ ତାଙ୍କ ପରିବାର ଲୋକେ ଦୁହିଁଙ୍କୁ ଖୋଜି ପାଇବା ସହ ଜୋର କରି ଘରକୁ ନେଇ ଆସିଥିଲେ । ଫେରିବା ପରେ ମହିଳାଙ୍କୁ ତାଙ୍କ ଘରେ ଛଡ଼ାଯିବା ସହ ମନୋହରଙ୍କ ମାତା-ପିତାଙ୍କୁ ଖାପ୍ ପଞ୍ଚାୟତ ତାଙ୍କୁ ଚେନ୍ରେ ବାନ୍ଧି ରଖିବା ପାଇଁ ଆଦେଶ ଦେଇଥିଲା । ଯାହା ଫଳରେ ମନୋହର ୪୫ଦିନ ପର୍ଯ୍ୟନ୍ତ ନିଜ ଘରେ ବନ୍ଦୀ ହୋଇ ରହିଥିଲେ । ଏବେ ମୁକୁଳିବା ପରେ ସେ ଖାପ୍ ପଞ୍ଚୟତ ବିରୋଧରେ ମାମଲା ଦାୟର କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/chained_man_1545719185_725x725.jpg)