ଆଥେନ୍ସ୍: ଭାରତରୁ ଗ୍ରିସ୍ର ଡଜନେ ସରିକି ବିଶ୍ୱବିଦ୍ୟାଳୟକୁ ପଠାଯାଇଥିବା ଲଫାପାଗୁଡ଼ିକ କର୍ମଚାରୀଙ୍କ ଠାରେ ଆଲର୍ଜି ସୃଷ୍ଟି କରିବାରୁ ପରୀକ୍ଷା କରାଯାଇ ସେଥିରେ ଶିଳ୍ପରେ ବ୍ୟବହୃତ ରାସାୟନିକ ଥିବା ଜଣାପଡ଼ିବା ପରେ ଆଣ୍ଟି-ଟେରରିଜମ୍ ତଦନ୍ତ ଆରମ୍ଭ ହୋଇଛି।
ଲଫାପାଗୁଡ଼ିକ ଗ୍ରିସ୍ର ଦ୍ୱୀପ, ମେନ୍ଲାଣ୍ଡ୍ ଏବଂ ରାଜଧାନୀ ଆଥେନ୍ସ୍ରେ ଥିବା ୧୨ଟି ବିଶ୍ୱବିଦ୍ୟାଳୟର ମୁଖ୍ୟାଳୟକୁ ପଠାାଯାଇଥିଲା। ସେଥିରୁ କେତେକରେ ଇଂରାଜିରେ ଲିଖିତ ଇସ୍ଲାମୀୟ ବିଷୟବସ୍ତୁ ଥିବା ପତ୍ର ଥିଲା ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।
ସିଭିଲ୍ ପ୍ରୋଟେକ୍ସନ୍ର ଜେନେରାଲ୍ ସେକ୍ରେଟାରିଏଟ୍ ତରଫରୁ କୁହାଯାଇଛି ଯେ ଅଠା ଏବଂ ମୁଦ୍ରିତ କାଳିରେ ଏ ଭଳି କିଛି ରାସାୟନିକ ପଦାର୍ଥ ଜାଣିଶୁଣି ମିଶାଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ପୁଲିସର ଆଣ୍ଟି-ଟେରରିଜମ୍ ୟୁନିଟ୍ ତଦନ୍ତ ଆରମ୍ଭ କରିଛି।
ବୁଧବାର ସନ୍ଧ୍ୟାରେ ଲେସ୍ବସ୍ ଦ୍ୱୀପରେ ଥିବା ୟୁନିଭର୍ସିଟି ଅଫ୍ ଦି ଏଗିନ୍ ଲଫାପା ସଂସ୍ପର୍ଶରେ ଆସି ୭ ଜଣ ଲୋକଙ୍କର ଶ୍ୱାସପ୍ରଶ୍ୱାସରେ ପ୍ରତିକ୍ରିୟା ଦେଖାଯାଇଛି।
ପ୍ରାପକଙ୍କ ନିକଟରେ ପହଞ୍ଚିବା ପୂର୍ବରୁ କେତେକ ଚିଠିକୁ ଅଟକା ଯାଇଛି।