ମୁମ୍ବାଇ: ଅଭିନେତ୍ରୀ ତୁନିଶା ଶର୍ମାଙ୍କୁ ଜୀବନ ହାରିବାକୁ ପ୍ରେରିତ କରିଥିବା ମାମଲା ରୁଜୁ ହେବାରୁ ତୁନିଶାଙ୍କ ସାଥୀ-ଅଭିନେତା ଶୀଜାନ୍ ମହମ୍ମଦ୍ ଖାଁଙ୍କୁ ପୁଲିସ ଗିରଫ କରିଥିଲା।
ସୂଚନାଯୋଗ୍ୟ, ଶନିବାର ଦିନ ମହାରାଷ୍ଟ୍ରର ପାଲଘର ଜିଲ୍ଲା ଅନ୍ତର୍ଗତ ବସଈ ନଗରୀରେ ‘ଆଲି ବାବା: ଦାସ୍ତାନ୍-ଏ-କାବୁଲ୍’ ସୁଟିଙ୍ଗ୍ ଚାଲିଥିଲା। ଏହି ସମୟରେ ଚା’ପାନ ବିରତି ବେଳେ ୨୦ ବର୍ଷୀୟ ଅଭିନେତ୍ରୀ ତୁନୀଶା ୱାସ୍ରୁମ୍ରେ ଜୀବନ ହାରିଥିଲେ।
ଅଭିନେତ୍ରୀ ତୁନୀଶାଙ୍କ ମାଆ ଅଭିଯୋଗ କରିଥିଲେ କି ଶୀଜାନ ତାଙ୍କ ଝିଅ ସହିତ ବ୍ରେକଅପ କରିବାରୁ ତୁନିଶା ଏଭଳି ପଦକ୍ଷେପ ନେଇଛି। ଏହି ଅଭିଯୋଗ ଦାଏର କରିବା ପରେ ପୁଲିସ ଏହି ଘଟଣାରେ ଶୀଜାନ୍ ମହମ୍ମଦ୍ ଖାଁଙ୍କୁ ଗିରଫ କରିଥିଲା। ଗତକାଲି ତାଙ୍କୁ ବସଈ କୋର୍ଟରେ ହାଜର କରାଯାଇଥିଲା। ଯେଉଁଠାରେ ତାଙ୍କ ରିମାଣ୍ଡକୁ ଆହୁରି ଦୁଇଦିନ ବୃଦ୍ଧି କରାଯାଇଛି।
ଏହି କ୍ରମରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ପୁଲିସ ଶୀଜାନଙ୍କୁ ବିନା ଚପଲରେ ଘୋଷାଡ଼ି ଘୋଷାଡ଼ି କୋର୍ଟକୁ ନେଉଥିବା ଦେଖିବାକୁ ମିଳୁଛି। ଏହାପରେ ପୁଲିସ ଓ ଶୀଜନାଙ୍କୁ ସାମ୍ବାଦିକମାନେ ଘେରି ଯାଇଥିଲେ। ଏହାପରେ ପୁଲିସ ଶୀଜନାଙ୍କୁ ସଙ୍ଗେସଙ୍ଗେ କୋର୍ଟ ଭିତରେ ପୁରାଇ ଦେଇଥିଲା।
View this post on Instagram
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/054d9c9c-ef55-4aca-9ae7-91691d0395cb.jpg)