ମିର୍ଜାପୁର: ଦୁଇଦିନ ତଳେ ପୁରୀରୁ ଜଣେ ନାବାଳିକାଙ୍କୁ ୪ଜଣ କାରରେ ଉଠାଇ ନେଇ ପୁଲିସ କ୍ୱାଟର୍ସରେ ଦୁଷ୍କର୍ମ କରିଥିଲେ। ଏହି ଦୁଷ୍କର୍ମ ଘଟଣାରେ ଜଣେ ପୁଲିସ କର୍ମଚାରୀ ସାମିଲ ଥିବା ଜଣାପଡ଼ିଥିଲା। ପୁଲିସ ବି ଉକ୍ତ ଦୁଷ୍କର୍ମ ଘଟଣାରେ ବହିଷ୍କୃତ ପୁଲିସ କର୍ମଚାରୀ ଜିତେନ୍ଦ୍ର ସେଠୀ ସହିତ ଅନ୍ୟ ଜଣେ ଯୁବକ ରାଜେଶ ସେଠୀକୁ ବି ଗିରଫ କରି କୋର୍ଟ ଚାଲାଣ କରିଛି।
/sambad/media/post_attachments/wp-content/uploads/2019/12/Untitled-2-copy-300x242.jpg)
ହାଇଦ୍ରାବାଦ, ରାଜସ୍ଥାନ, ଉତ୍ତର ପ୍ରଦେଶରେ ଦୁଷ୍କର୍ମ ଘଟଣାର ଦୁଃଖଦ ଖବର ମନରୁ ଲିଭି ନ ଥିଲା ବେଳେ ଏମିତି ଆଉ ଏକ ଘଟଣା ମିର୍ଜାପୁରରୁ ସାମ୍ନାକୁ ଆସିଛି। ପୁଲିସ ଲୋଗୋ ଲାଗିଥିବା ଏକ ଗାଡ଼ିରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରି ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।
ପୀଡ଼ିତାଙ୍କ ପିତାଙ୍କ ଅଭିଯୋଗ କ୍ରମେ ଏହି ଘଟଣାରେ ଉତ୍ତର ପ୍ରଦେଶ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ୪ଜଣ ଦୁଷ୍କର୍ମକାରୀଙ୍କ ନାମ ଜୟ ପ୍ରକାଶ, ଲବ କୁମାର ପାଲ, ଗଣେଶ ପ୍ରସାଦ ଏହଂ ସିଆରପିଏଫ କନେଷ୍ଟବଳ ମହେନ୍ଦ୍ର ଯାଦବ ବୋଲି ଜଣାପଡ଼ିଛି। ଏଥିରେ ସିଆରପିଏଫ ପୁଲିସ ଏବଂ ଅବସରପ୍ରାପ୍ତ ଜେଲରଙ୍କ ପୁଅ ସାମିଲ ଥିବା ବି ପୁଲିସ ସୂତ୍ରରୁ ପ୍ରକାଶ।
ପୀଡ଼ିତା ଦୁଷ୍କର୍ମର ଶିକାର ହେବା ପରେ ଦୁଃଖଦ ଘଟଣାକୁ ଘରେ ଜଣାଇବା ପରେ ପୀଡିତାଙ୍କ ପିତା ପୁଲିସରେ ଅଭିଯୋଗ କରି କହିଥିଲେ, ଅବସରପ୍ରାପ୍ତ ଜେଲର ବ୍ରିଜଲ ମୌର୍ଯ୍ୟଙ୍କ ପୁଅ ଜୟ ପ୍ରକାଶ ମୌର୍ଯ୍ୟ ତାଙ୍କ ଝିଅଙ୍କୁ ଫୋନ୍ କରି ଘର ବାହାରେ ଗାଁର ଏକ ଜାଗାରେ ଦେଖାକରିବାକୁ କହିଥିଲା। ଜୟପ୍ରକାଶ ପୂର୍ବରୁ ଗାଁକୁ ଯିବା ଆସିବା ଥିବାରୁ ଝିଅ ସହିତ ତାଙ୍କର ଚିହ୍ନା ପରିଚୟ ଥିଲା।
/sambad/media/post_attachments/wp-content/uploads/2019/12/images-11.jpg)
ତେଣୁ ଝିଅ ବି ଜୟପ୍ରକାଶ କଥାକୁ ବିଶ୍ୱାସ କରି ଜରୁରୀ କାମ ଥିବ ଭାବି ସେ କହିଥିବା ସ୍ଥାନକୁ ଚାଲି ଯାଇଥିଲା। ସେହି ସ୍ଥାନରେ ପୂର୍ବରୁ ଜୟ ଏବଂ ତା’ର ତିନି ଜଣ ସାଙ୍ଗ ଏକ କାର ଭିତରେ ଥିଲେ। ଜୟ ପ୍ରକାଶ ତାଙ୍କ ଝିଅକୁ ସେଠାରୁ ଉଠାଇ ନେଇ ତିନି ସାଙ୍ଗଙ୍କ ସହ ମିଶି ଦୁଷ୍କର୍ମ କରିଥିଲା। ଯେଉଁ କାରରେ ଚାରିଜଣ ଏହି ଦୁଷ୍କର୍ମ କରିଥିଲେ ସେଥିରେ ପୁଲିସର ଲୋଗୋ ଲାଗିଥିବା ପୀଡିତାଙ୍କ ପିତା କହିଛନ୍ତି।