ନୂଆଦିଲ୍ଲୀ: ପ୍ରିସଦ୍ଧ ପଞ୍ଜାବୀ ଗାୟକ ଦଲେର ମେହେନ୍ଦୀ ସଫଳତାକୁ ଅତି ନିକଟରୁ ଦେଖିଛନ୍ତି। ଦଲେରଙ୍କ ଜୀବନରେ ଏମିତି ଏକ ସମୟ ଆସିଥିଲା ଯାହାପରେ ସବୁକିଛି ଓଲଟା ପାଲଟ ହୋଇଯାଇଥିଲା।  

Advertisment

ଅଧିକପଢ଼ନ୍ତୁ:ନୂତନବର୍ଷରେ ଲାଲୁଙ୍କୁ ଏଭଳି କଥା କହି ଶୁଭେଚ୍ଛା ଜଣାଇଲେ ରାବଡ଼ି ଦେବୀ

ଦଲେର ମେହେନ୍ଦୀ ଓ ତାଙ୍କ ଭାଇ ୧୯୯୮ ଓ ୧୯୯୯ରେ ଯଥାକ୍ରମେ ଦୁଇଟି ଗ୍ରୁପ୍‌ରେ ୧୦ ଜଣ ଲୋକଙ୍କୁ ବେଆଇନ ଭାବେ ଆମେରିକା ପଠାଇଥିବା ଅଭିଯୋଗ ହୋଇଥିଲା। ୨୦୦୩ରେ ପଟିଆଲା ସଦର ପୁଲିସ ଥାନାରେ ଏନେଇ ମାମଲା ରୁଜୁ କରିଥିଲା। ବଲଭେରା ଗାଁର ବକଶିଶ ସିଂହ ଥିଲେ ଏହାର ମୁଖ୍ୟ ଅଭିଯୋଗକାରୀ। ଥାନାରେ ମାମଲା ରୁଜୁ ହେବା ପରେ ଦଲେର ଗିରଫ ହୋଇଥିଲେ। ଅବଶ୍ୟ କିଛି ଦିନ ପରେ ତାଙ୍କୁ ଜାମିନ ମିଳି ଯାଇଥିଲା।

ତେବେ ଜେଲରେ ଥିବା ବେଳେ ପୁଲିସ କର୍ମଚାରୀ ତାଙ୍କୁ କିଭଳି ନିର୍ଯାତନା ଦେଇଥିଲେ ତାହାକୁ ଦଲେର ମେହେନ୍ଦୀ ଖୋଲାଖୋଲି ଭାବେ ବଖାଣିଛନ୍ତି। 

ଅଧିକପଢ଼ନ୍ତୁ:ରୋହିତ ଶର୍ମା ଖେଳିବେନି ସିଡନୀ ଟେଷ୍ଟ

ରଜତ ଶର୍ମାଙ୍କ ସୋ’ ଆପ କି ଅଦାଲତ’ରେ ଦଲେର କହିଛନ୍ତି, ‘ମୋତେ ଜେଲ ହୋଇଥିବା ବେଳେ ପଟିୟାଲା ପୁଲିସ କର୍ମଚାରୀମାନେ ମୋର ପୋଷାକ ଖୋଲି ଦେଇଥିଲେ। ଆଉ ଗୀତ ଗାଇବାକୁ ବାଧ୍ୟ କରିଥିଲେ।

 ଏଥିସହିତ ଶରୀର କେଉଁ କେଉଁ ସ୍ଥାନରେ କ’ଣ ଚିହ୍ନ ଅଛି ଜଣାଇବାକୁ କହିଥିଲେ। ମୁଁ ସେମାନଙ୍କ କହିବା ଅନୁସାରେ ଆଖି ଓ ହାତରେ ଥିବା ଚିହ୍ନକୁ ଦେଖାଇଥିଲି। ଏହାପରେ ସେମାନେ ମୋତେ ପ୍ୟାଣ୍ଟ ଖୋଲିବାକୁ କହିଥିଲେ। ମୁଁ ପ୍ୟାଣ୍ଟ ଖୋଲିବା ପରେ ଉକ୍ତ ପୁଲିସ କର୍ମଚାରୀ ଜଣକ ବାହାରକୁ ଚାଲି ଯାଇ କାହାକୁ ଗୋଟେ ଫୋନ କରି କହିଥିଲେ, ‘ମୁଁ ତାର ପ୍ୟାଣ୍ଟ ଖୋଲି ଦେଇଛି।’ ତାଙ୍କ କଥା ଶୁଣି ‌ଯେମିତି ଲାଗୁଥିଲା ସେ ମୋ ପ୍ୟାଣ୍ଟ ଖେ୍ାଲି ବହୁତ ଖୁସି ଥିଲେ। ଏହି ଘଟଣା ମୋତେ ଖୁବ ବାଧିଥିଲା। ତେଣୁ ମୁଁ ଖୁବ କାନ୍ଦିଛି।’