ନୂଆଦିଲ୍ଲୀ: ଆମେରିକାସ୍ଥିତ କଲରାଡୋଠାରେ ଥିବା ଏକ ଗ୍ରସରୀ ଦୋକାନ ନିକଟରେ ଜଣେ ସନ୍ଦିଗ୍ଧ ଦ୍ୱାରା ହୋଇଥିବା ଗୁଳିକାଣ୍ଡ ଯୋଗୁ ପୁଲିସ୍ ଅଧିକାରୀଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଡେନବରର ଉତ୍ତର-ପଶ୍ଚିମଠାରୁ ୫୦ କିଲୋମିଟର ଦୂର ବୋଲ୍ଡରଠାରେ ଥିବା କିଙ୍ଗ ସାଂପର୍ଶ ଷ୍ଟୋରଠାରେ ଏଭଳି ଘଟଣା ଘଟିଛି । ପୁଲିସ୍ କମାଣ୍ଡର ଫେରି ୟାମାଗୁଚୀ କହିଛନ୍ତି କି, ଘଟଣାସ୍ଥଳରୁ ଧରାଯାଇଥିବା ସନ୍ଦିଗ୍ଧର ଚିକିତ୍ସା ଚାଲିଛି । ୟାନାଗୁଚୀ କହିଛନ୍ତି କି ଏ ନେଇ ଏବେ ପୁଲିସ୍ ଯାଂଚ ଆରମ୍ଭ କରିଛି । ନ୍ୟୁଜ୍ ଏଜେନ୍ସି ଏପି ମୁତାବକ ଏହି ଗୁଳିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କର ମୃତ୍ୟୁ ହୋଇସାରିଛି ।
ସୂଚାନ ମୁତାବକ ବୋଲ୍ଡର ଗୋଟିଏ ଜନଗଳିପୂର୍ଣ୍ଣ ସୁପର ମାର୍କେଟର ଭିଡ଼ ମଧ୍ୟରେ ଜଣେ ଆତତାୟୀ ହଠାତ୍ ଆଖିବୁଜା ଗୁଳିମାଡ କରିଥିଲା । ମାର୍କେଟ ଭିଡ ଥିବାରୁ ଲୋକମାନେ ଧାଁ ଦୌଡ କରିଥିଲେ । ତେବେ ଗୁଳିବାଜିବା କାରଣରୁ ଜଣେ ପୁଲିସ୍ କର୍ମୀଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡିନି। ପୁଲିସ୍ ମାମଲାର ତଦନ୍ତ ଜାରି ରଖିଛି ।