କୋଲକାତା: ପଶ୍ଚିମବଙ୍ଗରେ ଜଣେ ଅତିରିକ୍ତ ଏସପି ଏକ ଷ୍ଟ୍ରଙ୍ଗରୁମର ସିସି କ୍ୟାମେରା ହଟାଇ ଇଭିଏମ ବଦଳାଇବା ସମୟରେ ବିଜେପି ପ୍ରାର୍ଥୀଙ୍କ ହାତରେ ଧରାପଡ଼ିଥିବା କୁହାଯାଉଛି । ଏ ନେଇ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଟୁଇଟ କରି ଦାବି କରିଛନ୍ତି ।
ସେ କହିଛନ୍ତି ଯେ ପଶ୍ଚିମବଙ୍ଗର ବିଷ୍ଣୁପୁରରେ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଜଣେ ଅତିରିକ୍ତ ଏସପି ଏକ ଷ୍ଟ୍ରଙ୍ଗରୁମରେ ସିସିଟିଭି କ୍ୟାମେରା ହଟାଇବା ଏବଂ ଇଭିଏମ୍ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା। ଏହାପରେ ବିଷ୍ଣୁପୁର ଆସନର ବିଜେପି ପ୍ରାର୍ଥୀ ସୌମିତ୍ର ଖାନ୍ ସେଠାରେ ପହଞ୍ଚି ତାଙ୍କୁ ଧରିଥିଲେ। ମମତା ବାନାର୍ଜୀଙ୍କ ପରାଜୟ ନିଶ୍ଚିତ ବୋଲି ଜଣାପଡ଼ିବା ପରେ ଟିଏମସି ପକ୍ଷରୁ ଏପରି କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଏ ନେଇ ଦଳ ପକ୍ଷରୁ ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ ଦାଖଲ କରାଯାଇଛି ।
In a shocking development, the Additional SP (name has been sent in the formal complaint) of Bishnupur (37 PC), along with the IC, were found trying to remove CCTV cameras and change EVMs, when our candidate Shri Soumitra Khan arrived and caught them red handed.
Mamata Banerjee… pic.twitter.com/XxaWlcgT0k
— Amit Malviya (मोदी का परिवार) (@amitmalviya) May 27, 2024
ସୂଚନାଯୋଗ୍ୟ ଯେ, ବିଷ୍ଣୁପୁର ଲୋକସଭା ଆସନରେ ରୋଚକ ମୁକାବିଲା ଦେଖିବାକୁ ମିଳିଛି। ଏଠାରେ ଛାଡ଼ପତ୍ର ପ୍ରାପ୍ତ ଦମ୍ପତି ବିଜେପି ଓ ତୃଣମୂଳ କଂଗ୍ରେସ ଟିକେଟରେ ମୁହାଁମୁହିଁ ହୋଇଛନ୍ତି। । ବିଷ୍ଣୁପୁର ଲୋକସଭା ଆସନରେ ସୌମିତ୍ର ଖାନ୍ ବିଜେପି ଟିକେଟରେ ଭାଗ୍ୟ ପରୀକ୍ଷା କରୁଥିବା ବେଳେ ତାଙ୍କ ଛାଡ଼ପତ୍ର ପ୍ରାପ୍ତ ପତ୍ନୀ ସୁଜାତା ମଣ୍ଡଳ ଟିଏମସି ଟିକେଟରେ ଭାଗ୍ୟ ପରୀକ୍ଷା କରୁଛନ୍ତି।